ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାର ଅନେକ ଦିନର ସ୍ୱପ୍ନ ତାହା ଆଜି ସାକାର ହେବାକୁ ଯାଉଅଛି ବୋଲି ଭଦ୍ରକ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛ। ଭଦ୍ରକ ଜିଲ୍ଲାରେ ନୂତନ କରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଘୋଷଣା ପରେ ଭଦ୍ରକ ମୁସଲିମ ଜମାତ ପକ୍ଷରୁ ଉପ-ସଭାପତି ଶେଖ ମହମ୍ମଦ ଜକାଉଲ୍ଲା , ସାଧାରଣ ସମ୍ପାଦକ ହାଜୀ ଇନାମ ମହମ୍ମଦ, ସମ୍ପାଦକ ହାଜୀ ଅବଦୁଲ ମୁକିତ ଖାନ, କୋଷାଧକ୍ଷ ମିର୍ଜା ଏକ୍ରାମ ବେଗ,ଆଇନଜିବି ତାହେର ମହମ୍ମଦ, ଶେଖ ହବିବୁଲ୍ଲା, ଶେଖ ଆବୁକାଲାମ , ହାଜୀ କାସିମ ଖାନ , ଅସରାଫ ଅଲି ଖାନ, ଇଂ ରେଜାଏ ରସୁଲ, ଜମିଲ ଅଖତର ଖାନ, ଇଂ ହବିବୁଲ୍ଲା ଖାନ, ଇଂ ମୁଖତାର ଅହେମଦ ରସିଦ, ହାଜୀ ଇବରାର ହୋସେନ, ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର, ମୁସ୍ତାକ ଗୌହର, ଶେଖ ଇମତୀୟାଜ଼ ପ୍ରମୁଖ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୀକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ , ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି । ଓଡିଶା ସରକାର ଅଧିକ ସମୟ ନ ନେଇ ତୁରନ୍ତ ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ କରିବାକୁ ଭଦ୍ରକ ମୁସଲିମ ଜମାତର କର୍ମକର୍ତା ଓ ସମସ୍ତ ସଭ୍ୟ ବୃନ୍ଦ ନିବେଦନ କରିଛନ୍ତି। ଭଦ୍ରକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ଭଦ୍ରକ ଜିଲ୍ଲା ଶିକ୍ଷା କ୍ଷେତ୍ରରେ ସ୍ୱର୍ରଣାମ ଅକ୍ଷରରେ ଯୋଡ଼ି ହୋଇଗଲା ବୋଲି ଭଦ୍ରକ ମୁସଲିମ ଜମାତର କର୍ମକର୍ତା ମାନେ କହିଛନ୍ତ।