Odiapua.com

ଭଦ୍ରକରେ ବରିଷ୍ଠ ନାଗରିକଙ୍କ ପାଇଁ ବିନୋଦନ କେନ୍ଦ୍ରର ଭୂମିପୂଜନ

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ଦ୍ୱାରା ଆୟୋଜିତ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ମାନଙ୍କ ପାଇଁ ବରିଷ୍ଠ ବିନୋଦନ କେନ୍ଦ୍ର, ଡଗମୁଣ୍ଡ, ବାଗୁରାଇ ୱାର୍ଡ ନଂ ୮ ନିକଟ ଭଦ୍ରକ ଆନନ୍ଦପୁର ରାଜ୍ୟ ରାଜପଥ ପାର୍ଶ୍ୱରେ ମହାନଦୀ କୋଲ ଫିଲଡ଼ ଲିମିଟେଡ଼ (ଏମସିଏଲ) ଆର୍ଥିକ ସହାୟତା ରେ ଏକ ନବନିର୍ମିତ ବିନୋଦନ କେନ୍ଦ୍ରର ଶୁଭ ଭୂମିପୂଜନ କାର୍ଯ୍ୟକ୍ରମ ଓ ସାଧାରଣ ସଭା ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ସଭାପତି ଲଲାଟେନ୍ଦୁ ମହାନ୍ତି ଓ ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଉପସ୍ଥିତ ଅତିଥି ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭଦ୍ରକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଡ଼ଃ ଦିଲୀପ ରାଉତରାଏ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀଙ୍କ ଦ୍ୱାରା ସଭା ଓ ଭୂମିପୂଜନ କରାଯାଇଥିଲା। ଉକ୍ତ ବିନୋଦନ କେନ୍ଦ୍ର ନିର୍ମାଣ ପାଇଁ ଆବଶ୍ୟକୀୟ ଡ଼ି. ପି. ଆର. ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ସାଧାରଣ ପରିଚାଳକ ଏମ. ସି. ଏଲ. ବୁର୍ଲ୍ଲା ଙ୍କୁ ୧୬/୪/୨୦୨୬ ଚିଠି ଦ୍ୱାରା ଅବଗତ କରାଯାଇଛି ବୋଲି ଆଜିର ସଭାରେ ଜିଲ୍ଳାପାଳ ପ୍ରକାଶ କଲେ ଓ ଖୁବଶୀଘ୍ର ଅନୁଦାନ ରାଶି ମିଳିଗଲେ। ଉକ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ ଆଜି ଭିତିପ୍ରସ୍ତର ସ୍ଥାପନ କରାଗଲା। ସାଂସଦ ଆସନ୍ତା ୨୦୨୭ ମସିହାରେ ଆପଣମାନଙ୍କ ଉଦ୍ଦେଶ୍ୟରେ ଏହା ସମ୍ପୂର୍ଣ୍ଣ କରିବାକୁ ସମସ୍ତ ଚେଷ୍ଟା ଜାରି ରଖିବି, ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ତାଙ୍କର ବକ୍ତବ୍ୟ ରଖିଲେ କି ଜିଲ୍ଲାର ସମ୍ନାନସ୍ପଦ ବୟୋଜ୍ୟେଷ୍ଠ ମାନଙ୍କ ପାଇଁ ଆମ ସରକାର ଓ ଆମ ଜିଲ୍ଲାର ମାନନୀୟ ମନ୍ତ୍ରୀ, ରାଜ୍ୟ ସଭା ସାଂସଦଙ୍କ ସହ ମିଶି ଏ ପ୍ରକଳ୍ପଟି ଖୁବ ଶୀଘ୍ର ଆପଣଙ୍କୁ ଜିଲ୍ଲା ପ୍ରଶାସନ ଜରିଆରେ ଉତ୍ସର୍ଗ କରିବୁ। ଆମ ସରକାର ଲୋକଙ୍କ ଆଶୀର୍ବାଦର ସରକାର, ଏହାକୁ ପାଥେୟ କରି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମମାନ ଆଗେଇନେବୁ। ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତ ବରିଷ୍ଠଙ୍କ ସମେତ ମଂଚାସୀନ ଅତିଥି ବୃନ୍ଦଙ୍କୁ ଧନ୍ୟବାଦ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ କିରାଣୀ ବିଦୁସଙ୍କର ନାୟକ, ମହାସଂଘ କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ, ଉପସଭାପତି ସଚିକାନ୍ତ ପଣ୍ଡା, ସହସମ୍ପାଦକ ବିଭୁତି ଭୂଷଣ ସେନାପତି, ବିଜୟ ସେନାପତି, ବିଚିତ୍ରାନନ୍ଦ ମହାନ୍ତି, ରାଧାରାଣୀ ମହାପାତ୍ର, ଡା. ଭଗବାନ ପରିଡା, ଭାଗବତ ତ୍ରିପାଠୀ, ଦିଲ୍ଲୀପ ନାୟକ, ଲକ୍ଷ୍ମଣ ନାୟକ, ସୁଧାକର ରାଉତ, ଅଖିଳ ପାଢ଼ୀ, ଶାନ୍ତନୁ ରାଉତ,ରାମଚନ୍ଦ୍ର କର, ଜିଲ୍ଲା ସ୍ତରରୁ ଅତୁଲ ପରିଡା, ଗୋପନାରାୟଣ ଦାସ, ମହେଶ୍ୱର ବେହେରା, ଭାସ୍କର ଚନ୍ଦ୍ର ପାଢ଼ୀ, ଭାଗିରଥି ବେହେରା, ଲକ୍ଷ୍ମୀଧର ସାହୁ, ପିତାମ୍ବର ରାଉତ, ମଦନ ମହାକୁଡ଼ ସମେତ ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।