ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ସାମ୍ବାଦିକତା ସମାଜର ଦର୍ପଣ ଓ ଜନସ୍ୱରର ସଶକ୍ତ ମାଧ୍ୟମ ବୋଲି କହିଛନ୍ତି ଭଦ୍ରକସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଶିତାଶୁ ଶେଖର ମହାପାତ୍ର। ସାଂଧ୍ୟର ଆୟୋଜିତ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ଉଭୟ ଜନ ପ୍ରିୟ ନେତା ଭଦ୍ରକ ଜିଲ୍ଲାର ବରିଷ୍ଠ ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି ଅବସରରେ ଉଭୟ କହିଥିଲେ ଯେ, ଜନପ୍ରତିନିଧି ଓ ସାମ୍ବାଦିକ ମୁଦ୍ରାର ଦୁଇ ପାର୍ଶ୍ୱ ସଦୃଶ। ଉଭୟଙ୍କ ମଧ୍ୟରେ ସୁସମ୍ପର୍କ, ବିଶ୍ୱାସ ଓ ସମନ୍ୱୟ ରହିଲେ ଜନସାଧାରଣଙ୍କ ସମସ୍ୟାର ସମାଧାନ ଅଧିକ ପ୍ରଭାବଶାଳୀ ଭାବେ ସମ୍ଭବ ହୋଇପାରିବ। ସାମ୍ବାଦିକମାନେ ସମାଜର ବିଭିନ୍ନ ସମସ୍ୟା, ଆବଶ୍ୟକତା ଓ ଜନମତକୁ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ନିକଟରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି।କାର୍ଯ୍ୟକ୍ରମରେ ଉପସ୍ଥିତ ବରିଷ୍ଠ ସାମ୍ବାଦିକମାନଙ୍କ ସହ ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ସାମ୍ବାଦିକମାନଙ୍କ ସୁଚିନ୍ତିତ ମତାମତ ଓ ପରାମର୍ଶ ତାଙ୍କୁ ନୂତନ ପ୍ରେରଣା ଯୋଗାଇଥିବାର ଉଭୟ ନେତା ପ୍ରକାଶ କରିଥିଲେ।ଶେଷରେ ସମାଜ, ସତ୍ୟ ଓ ଜନସ୍ୱାର୍ଥ ପ୍ରତି ସମର୍ପିତ ସମସ୍ତ ସାମ୍ବାଦିକ ବନ୍ଧୁଙ୍କୁ ସେମାନେ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।ଏହି ବନ୍ଧୁ ମିଳନରେ ଜିଲ୍କା ସଭାପତି ଭଗବାନ ପଣ୍ଡା, ବରିଷ୍ଠ ନେତା ଅଜୟ ନାୟକ, ମଳୟ ଜେନା, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ବନ୍ଧୁ ମିଳନ କାର୍ଯ୍ୟକ୍ରମଟି ସୌହାର୍ଦ୍ଦପୂର୍ଣ୍ଣ ପରିବେଶରେ ସମାପ୍ତ ହୋଇଥିଲା।
ଭଦ୍ରକରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ: ସାମ୍ବାଦିକଙ୍କୁ ସମ୍ମାନ ଜଣାଇଲେ ସାଂସଦ ଅଭିମନ୍ୟୁ ଓ ବିଧାୟକ ସୀତାଂଶୁ
filter: 0; fileterIntensity: 0.0; filterMask: 0; captureOrientation: 0; algolist: 0; multi-frame: 1; brp_mask:0; brp_del_th:null; brp_del_sen:null; motionR: null; delta:null; bokeh:0; module: photo;hw-remosaic: false;touch: (-1.0, -1.0);sceneMode: 4194304;cct_value: 0;AI_Scene: (-1, -1);aec_lux: 226.0;aec_lux_index: 0;albedo: ;confidence: ;motionLevel: 0;weatherinfo: weather?null, icon:null, weatherInfo:100;temperature: 44;