Odiapua.com

ଭଦ୍ରକରେ ପ୍ରବାସୀଙ୍କ ଉପରେ ପ୍ରଶାସନର ତୀକ୍ଷ୍ଣ ନଜର

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ରେଳବାଇରେ ରାଜ୍ୟ ବାହାରୁ ବହୁତ ସଂଖ୍ୟାରେ ଫେରନ୍ତା ପ୍ରବାସୀଙ୍କ ପାଇଁ ଲାଗିଲା ଲାଗିଲା ବସ୍ । ହାତରେ ୪୮ ଘଣ୍ଟା ଭିତରେ ହୋଇଥିବା କୋଭିଡ୍ ଟେଷ୍ଟ ରିପୋର୍ଟ କିମ୍ବା କରୋନା ଟୀକାର ଡବଲ ଡୋଜ୍ ନେଇନଥିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ ବାଧ୍ୟତାମୂଳକ ରହିପାରିବେ । ପ୍ରଥମ ପର୍ଯ୍ୟାୟରେ ଯେମିତି ୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହୁଥିଲେ, ସେମିତି ମଧ୍ୟ ଠିକ୍ ଦ୍ୱିତୀୟ ପର୍ଯ୍ୟାୟରେ ରହିବାକୁ ବାଧ୍ୟତା ମୂଳକ । ବିଶେଷକରି ଭଦ୍ରକ ଠାରୁ ବହୁତ ପାଖ ପଶ୍ଚିମବଙ୍ଗ କୋଲକାତାରୁ ଫେରନ୍ତା ଆସୁଥିବା ପ୍ରବାସୀ ଲୋକମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି ଜିଲା ପ୍ରଶାସନ । ସେମାନେ ଆସିଲେ ପ୍ରଥମେ ରେଳବାଇ ଷ୍ଟେସନରେ ଯାଞ୍ଚ କରାଯିବା । ଯଦି କୋଭିଡ୍ ଟେଷ୍ଟ ନକରିଥିଲେ, ସେମାନେ ଏଠି କୋଭିଡ୍ ଟେଷ୍ଟ କରି ୧୪ ଦିନିଆ ବାହାରେ କଣ୍ଟେନମେଣ୍ଟ ଜୋନ୍‌ରେ ରହିପାରିବେ । ଯାହା ଏହି ନିମନ୍ତେ ଜିଲାପାଳଙ୍କ ଦ୍ୱାରା ଅବଗତ କରାଯାଇଛି । ବିଶେଷକରି ପଶ୍ଚିମବଙ୍ଗର ପ୍ରବାସୀମାନଙ୍କ ପାଖରୁ ବହୁତ କରୋନା ପ୍ରବେଶ କରୁଛି । ଯାହା ରେଳବାଇ କଡାକଡି ଭାବରେ ଚେକିଂ କରୁଛି ।