Odiapua.com

ଭଦ୍ରକରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ପାଳିତ

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତବର୍ଷ ପାଇଁ ଗର୍ବ ଓ ଗୌରବ ଆଣିଦେଇଥିବା ସ୍ୱର୍ଗତଃ ବିଜୁ ପଟ୍ଟନାୟକ କେବଳ ରାଜନୈତିକ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ପାରିଥିଲେ, ତାହା ନୁହେଁ ବିଭିନ୍ନ କ୍ଷେତ୍ରରେ ସେ ନିଜକୁ ଏକ ସ୍ୱତନ୍ତ୍ର ସ୍ଥାନରେ ପ୍ରତିଷ୍ଠିତ କରାଇବା ସହ ରାଜ୍ୟର ବିକାଶ ପୁରୁଷ ଭାବେ ପରିଚିତ ହୋଇଥିଲେ ବୋଲି ଆଜି ମହାନ୍ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ, ପ୍ରବାଦପୁରୁଷ ଓଡ଼ିଶାର ବରପୁତ୍ର ତଥା ନୂତନ ଓଡ଼ିଶାର କର୍ମଧାର ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଭଦ୍ରକର ସହୀଦ ସ୍ମୃତି ଭବନ ଠାରେ ଆୟୋଜିତ ଏହି ସମାରୋହରେ ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତା କରିଥିବାବେଳେ ଏଥିରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା, ଜିଲା ଯୁବ ସଭାପତି ମୁକୁନ୍ଦଦେବ ସାମଲ, ସାଧାରଣ ସଂପାଦକ ତଥାଗତ ସାମଲ, ପଂଚାୟତ ସମିତି ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ, ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜ୍ୟ ବିଜେଡି ଯୁଗ୍ମ ସଂପାଦକ ରାକେଶ ପଣ୍ଡା, ପଛୁଆବର୍ଗର ଯୁବନେତା ରାଜେନ୍ଦ୍ର ଜେନା, ପୂର୍ବତନ ପୌରପାଳ ମାନସ ମହାନ୍ତି, ବିଜେଡି ନେତା ପ୍ରଫୁଲ୍ଲ ନାୟକ, ତାହେର ଅହେମ୍ମଦ, ପୂର୍ବତନ କାଉନ୍‌ସିଲର ପ୍ରଣୟ ଦାସ, ପ୍ରବୀର ଜେନା, ପ୍ରିୟବ୍ରତ ନାୟକ, ଦେବହୁତି ମହାପାତ୍ର, ଅମିତାବାଳା ଆଚାର୍ଯ୍ୟ, ତାହେରା ଖାତୁନ, ଯୋଗେନ୍ଦ୍ର ଘଡେଇ, ଏମ୍‌ଡି ଜକାଉଲ୍ଲା, ଅଧିବକ୍ତା ବଟକୃଷ୍ଣ ଦାସ ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କ ସ୍ୱପ୍ନ ସାକାର କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଶପଥ ନେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମର ଭଦ୍ରକ ନିର୍ବାଚନ ମଣ୍ଡଳୀର ବହୁ ବିଜେଡି କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବିଜେଡି କାର୍ଯ୍ୟାଳୟ ଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସମସ୍ତେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଜିଲାସ୍ତରୀୟ ସମାରୋହରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶେଷରେ ଓଲଙ୍ଗ ସରପଞ୍ଚ ଦେବୀଦତ୍ତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।