ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଚଳନ୍ତା ଟ୍ରେନ କୁ ଗୁଳି କରି ଦୃବୁର୍ତ ଖସିଯାଇଥିବାବେଳେ ଅଳ୍ପକେ ବର୍ତୀ ଗଲେ ଟ୍ରେନ ମ୍ୟାନେଜର। ଏଭଳି ଘଟଣା ଘଟିଛି ଭଦ୍ରକ ଓ ବାଉଦ ପୁର ଷ୍ଟେସନ ମଧ୍ୟରେ ଥିବା ୧୧୯ ନଂ ଗେଟ ନିକଟରେ। ତେବେ ଏହି ନନ୍ଦନ କାନନ ଏକ୍ସପ୍ରେସର ର ଟ୍ରେନ ମେନେଜର ବସିଥିବା ବଗି କୁ ୨ ରାଉଣ୍ଡ ଗୁଳି କରିବା ପରେ ଟ୍ରେନ ମେନେଜର ଙ୍କ କିଛି ହୋଇ ନ ଥିଲା ବେଳେ ଟ୍ରେନ ର କାଚ କଣା ହୋଇ ଯାଇଛି। ଅଭିଯୋଗ ପରେ ରେଳବାଇ ପୋଲିସ ଓ ଜିଆରପି ଉଭୟ ତନାଘନା ଆରମ୍ଭ କରି ତଦନ୍ତ ଆରମ୍ଭ କରିଛନ୍ତି। ଆଜି ସକାଳ ପ୍ରାୟ ୯.୨୫ ମିନିଂଟ ହେବ। ଏହି ସମୟ ରେ ନୂଆଦିଲ୍ଲୀ ଆନନ୍ଦ ବିହାର ରୁ ପୁରୀ ଅଭିମୁଖେ ଭଦ୍ରକ ରେଳ ଷ୍ଟେସନ ପାରି ହୋଇ ଯାଉଥିଲା ନନ୍ଦନ କାନନ ଏକ୍ସପ୍ରେସ। ହଠାତ୍ ୧୧୯ ନମ୍ବର ଲେବଲ କ୍ରସିଂଙ୍ଗ ଗେଟ ପାର ହେଉଥିବା ବେଳେ ଜଣେ ଦୃର୍ବୁତ ଏହି ଟ୍ରେନ ରେ ଥିବା ଟ୍ରେନ ମେନେଜର ମହେନ୍ଦ୍ର ବେହେରା ବସିଥିବା ବଗି କୁ ଲକ୍ଷ୍ୟ କରି ଗୋଟିଏ ରାଉଣ୍ଡ ଗୁଳି ପ୍ରଥମେ କରିଥିଲା। ଫଳରେ ତାଙ୍କ ବାଗିର ଗୋଟିଏ କାଚ କଣା ହୋଇ ଯାଇଛି। ତେବେ ବଡ଼ ଜୋର ରେ ସାଉଣ୍ଡ ହେବାରୁ ମହେନ୍ଦ୍ର ଦେଖନ୍ତି ଯେ କାଚ କଣା ହୋଇଛି ଓ ବାହାରେ ଜଣେ ଦୁର୍ବୁତ ପିସ୍ତଲ ରେ ଗୁଳି ଚଳାଉଛି। କିଛି ସମୟ ପରେ ସେ ବାଉଦ ପୁର ଷ୍ଟେସନ ରେ ପହଂଚି ଫାଷ୍ଟ ରିପୋର୍ଟିଂ କରି ଅଭିଯୋଗ କରି ଯାଜପୁର ରୋଡ଼ ଷ୍ଟେସନ ରେ ପହଂଚି ସବୁ କଥା ସେଠାକାର ଷ୍ଟେସନ ମେନେଜର ଙ୍କୁ କହିଥିଲେ। ତେବେ ଯାଜପୁର ରୋଡ଼ ଷ୍ଟେସନ ଠାରୁ ପୁରୀ ପର୍ଯ୍ୟନ୍ତ କଡା ସୁରକ୍ଷା ମଧ୍ୟରେ ଟ୍ରେନ କୁ ପଠା ଯିବା ପରେ ଏବେ ପୁରୀ ରେ ରହିଛି ନନ୍ଦନ କାନନ ଏକ୍ସପ୍ରେସ। ସେହିପରି ଭାବେ ବାଉଦ ପୁର ଷ୍ଟେସନ ମେନେଜର ଙ୍କ ଠାରୁ ଖବର ପାଇ ଭଦ୍ରକ ଷ୍ଟେସନ ମ୍ୟାନେଜର ଘଟଣା ର ତଦନ୍ତ ପାଇଁ ଭଦ୍ରକ ଜିଆରି ପୋଲିସ କୁ କହିଥିଲେ। ପରେ ଭଦ୍ରକ ଜି ଆର ପି. ରେଳ ସୁରକ୍ଷା ବଳ ଓ ଭଦ୍ରକ ଟାଉନ ପୋଲିସ ମିଳିତ ଭାବେ ତଦନ୍ତ ଆରମ୍ଭ କରିଥିଲେ। ଏକ ୬ ଜଣିଆ ପୋଲିସ ଟିମ ୧୧୯ ନମ୍ବର ଗେଟ ଠାରୁ ବାଉଦ ପୁର ଷ୍ଟେସନ ପର୍ଯ୍ୟନ୍ତ ଯାଇ ତଦନ୍ତ ଆରମ୍ଭ କରିବା ସହିତ ଗୁଳି କେଉଁଠି ପଡିଛି ତାର ଅନୁଧ୍ୟାନ କରିଥିଲେ। ଏପରିକୁ ଟ୍ରେନ ଲାଇନ ଭିତରେ ଓ ବାହାରେ ଟିକିନିକ ଭାବେ ଅନୁଧ୍ୟାନ କରିଥିଲେ ମଧ୍ୟ ଗୁଳି ପାଇ ନ ଥିଲେ ମଧ୍ୟ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଭଦ୍ରକ ରେ କାଳୀପୂଜା ଚାଲିଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ରେଳ ବାଇ ପୋଲିସ ମଧ୍ୟ ସଜାଗ। ଏପରି ସ୍ଥଳେ ଲେବୁଲ କ୍ରସିଂଙ୍ଗ ଗେଟ ପାଖରେ ସହ ସହ ଗାଡି ମୋଟର ଥିଲା ବେଳେ କିପରି ଦୁର୍ବୁତ ଟ୍ରେନ ଉପରକୁ ଗୁଳି ମାଡ଼ କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରକୃତ ରେ ଟ୍ରେନ ମେନେଜର ଙ୍କୁ ଲକ୍ଷ୍ୟ କରି ଦୁର୍ବୁତ ଗୁଳି ମାଡ଼ କରିଥିଲା ନା ଅନ୍ୟ କିଛି ରହସ୍ୟ ଅଛି ତାହାର ତଦନ୍ତ ଏବେ ରେଳ ବାଇ ବରିଷ୍ଟ ଅଧିକାରୀ ମାନେ ଆରମ୍ଭ କରିଛନ୍ତି। ତଦନ୍ତ ଶେଷ ପରେ ଜଣା ପଡିବ ପ୍ରକୃତ ଗୁଳି ହୋଇଥିଲା ନା ଅନ୍ୟ କିଛି ରହସ୍ୟ ରହିଛି।