Odiapua.com

ଭଦ୍ରକରେ ପବିତ୍ର ମହରମ ପର୍ବ ପାଳିତ,ସହର ପରିକ୍ରମ କଲା ୪୫ କାଫେଲା

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାଇଚାରା ସହର ଭଦ୍ରକରେ ପବିତ୍ର ମହରମ ପର୍ବ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଛି। ସୂଚନା ଥାଉକି, ଇସଲାମ ଧର୍ମରେ ଚନ୍ଦ୍ର ଗଣନା କୁ ଆଧାର କରି ପ୍ରତ୍ୟେକ ବର୍ଷ ଏହି ପର୍ବ ପାଳନ କରାଯାଇଥାଏ । ଇସଲାମିକ ୧୪୪୮(ହିଜ଼ରୀ) କ୍ୟାଲେଣ୍ଡର ଅନୁସାରେ ବର୍ଷର ପ୍ରଥମ ମାସ ଓ ପ୍ରଥମ ଦିନକୁ ଇସଲାମିକ ନବ ବର୍ଷ (ମହରମ ପର୍ବ) ଭାବେ ପାଳିତ ହୁଏ। ଚନ୍ଦ୍ରର ଦଶମ ଦିନରେ “ୟମେ-ଆଶୁରା” ପର୍ବ ତଥା ପ୍ରଫେଟ ମହମ୍ମଦଙ୍କ ନାତି ହଜରତ ଈମାମ ହୋସେନ ଶହୀଦ ହୋଇଥିଲେ ।ଏହି ଶହୀଦ ଦିବସକୁ ସମଗ୍ର ବିଶ୍ୱରେ “ୟାଦେ ହୋସେନ” ପର୍ବ ଭାବେ ପାଳନ କରାଯାଇଛି ।ଏହି ଉପଲକ୍ଷେ ଭଦ୍ରକରେ ମଧ୍ୟ ମହରମ ପର୍ବ ପାଳିତ ହୋଇ ୪୫ ଟି ସୁସଜିତ “କାଫେଲା” ସହର ପରିକ୍ରମା କରିଥିଲା ।ଗୋଟିଏ କାଫେଲା ଚରମ୍ପାରେ ରହିଥିଲା , ୭ ଟି କାଫେଲା ନଂଘା ମହଲ୍ଲା ମସଜିଦ ସମୁଖରେ ପହଞ୍ଚିଥିଲା ଓ ୮ ଟି କାଫେଲା କଦମବେଡା , ମୁଲ୍ଲାସାହି ହୋଇ ଚନ୍ଦନବଜ଼ାର, ଲାହାପଟ୍ଟୀ ହୋଇ ମଦିନା ମଇଦାନ ରେ ପହଁଚିବେ, ଅବଶିଷ୍ଟ ୨୯ ଟି କାଫେଲା ବାଙ୍କା ଛକ, ଅଲାଲପୁର ଛକ, ପୁରୁଣା ବଜ଼ାର ଛକ, ହେଲାସାହି ଛକ ହୋଇ ମଦିନା ମଇଦାନ ରେ ପହଁଚିବେ। ନଂଘା ମହଲ୍ଲାରେ ଓ ମଦିନା ମଇଦାନ ରେ ରାତ୍ରି ୯ ଟା ଠାରୁ ଧର୍ମସଭାର ଆୟୋଜନ ହୋଇଥିଲା ।ଏହି ଧର୍ମସଭାରେ ମାଷ୍ଟର ମୁସ୍ତାକ ଗୌହର ଦାୟିତ୍ୱ ତୁଲାଇ ଥିଲେ। ଆମ ରାଜ୍ୟ ଓ ରାଜ୍ୟ ବାହାରୁ ମୌଲାନା (ପଣ୍ଡିତ), ଓ ସାଏର (କବି) ମାନେ ଆସି ଧର୍ମସଭାରେ ଯୋଗଦାନ କରିଥିଲେ । ଭଦ୍ରକ ମୁସଲିମ ଜମାତ ର ଉପ ସଭାପତି ମହମ୍ମଦ ଜକାଉଲ୍ଲା , ସାଧାରଣ ସମ୍ପାଦକ ହାଜୀ ଶେଖ ଇନାମ ମହମ୍ମଦ, ସମ୍ପାଦକ ହାଜୀ ଅବଦୁଲ ମୁକିତ ଖାନ, କୋଷାଧକ୍ଷ ମିର୍ଜା ଏକ୍ରାମ ବେଗ, ମହରମ କମିଟି ର ସଭାପତି ଓ ପ୍ରାକ୍ତନ ପାରିଷଦ ଅସରଫ ଅଲି ଖାନ , ମହରମ କମିଟିର ସାଧାରଣ ସମ୍ପାଦକ ଇଂ ରେଜାଏ ରସୁଲ , କୋଷାଧକ୍ଷ ହାଜୀ ଅବୁ ହୋସେନ ଖାନ ଓ ଶେଖ ଇମତିଆଜ , ଇଂ ହବିବୁଲ୍ଲା ଖାନ, ଜମିଲ ଅଖତର ଖାନ,ଅଖତର ଅଲି ଖାନ, ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର, ନଇମ ଖାନ , ହୈଦର ଅଲି ଖାନ, ଓସୀମ ଅଖତର ଖାନ, ଅଲାଉଦ୍ଦିନ ଖାନ, ଶେଖ ହବିବୁଲ୍ଲା, ଜାୱେଦ ଅଖତର, ଶେଖ ନାସିରୁଦ୍ଦିନ, ଫଖରେ ଆଲାମ, ଓ ଅବରାର ହୋସେନ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ କୁ ସଫଳତା ସହ ଦାୟିତ୍ୱ ତୁଲାଇଥିଲେ ।ଏହି ପର୍ବ ଉପଲକ୍ଷେ ପ୍ରତ୍ୟେକ ଛକ ରେ ସର୍ବତ ବଣ୍ଟନ କରାଯାଇଛି ଓ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପ୍ରଶାସନ ଅଧିକାରୀ ଉପସ୍ଥିତ ରହିଥିଲେ ଏବଂ ବିଭିନ୍ନ ବିଭିନ୍ନ ଜାଗାରେ ବ୍ୟାପକ ପୋଲିସ ଦଳ ମୃତୟନ କରାଯାଇଥିଲା।