Odiapua.com

ଭଦ୍ରକରେ ନୂତନ ଜିଲାଜଜ୍ ଭାବେ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଦାୟିତ୍ୱ ଗ୍ରହଣ

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ନୂତନ ଜିଲା ଜଜ୍ ଭାବେ ଦାୟିତ୍ୱ ଗ୍ରହଣ କଲେ ସଂଗ୍ରାମ କେଶରୀ ପଟ୍ଟନାୟକ । ସେ ଏହାପୂର୍ବରୁ ନୂଆପଡା ଜିଲାଜଜ୍ ଭାବରେ କାର୍ଯ୍ୟ କରୁଥିଲେ । ଭଦ୍ରକର ଜିଲାଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ ସମ୍ବଲପୁର ଜିଲାଜଜ୍ ଭାବେ ବଦଳି ହେବା ପରେ ଶ୍ରୀ ପଟ୍ଟନାୟକ ତାଙ୍କ ସ୍ଥାନରେ ଯୋଗଦାନ କରିଛନ୍ତି । ଶ୍ରୀ ପଟ୍ଟନାୟକ ୨୦୦୧ ମସିହାରେ ବିଚାର ବିଭାଗୀୟ ଅଧିକାରୀ ଭାବରେ ଯୋଗଦେଇ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଚାରପତି ଭାବେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇ ଆସିଛନ୍ତି । ତେବେ ସେ ନିରପେକ୍ଷ ବିଚାର ବିଭାଗୀୟ ଅଧିକାରୀ ଭାବେ ବେଶ୍ ସୁନାମ ଅର୍ଜନ କରିଛନ୍ତି । ଆଜି ତାଙ୍କର ଯୋଗଦାନ ପରେ ଭଦ୍ରକ ଓକିଲ ସଂଘର କର୍ମକର୍ତ୍ତାମାନେ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ସେହିପରି ସମସ୍ତ ସରକାରୀ ଓକିଲ ଓ ଅଧସ୍ତନ ବିଚାରପତି, ବିଚାର ବିଭାଗୀୟ କର୍ମଚାରୀ ଜିଲାଜଜ୍‌ଙ୍କୁ ଫୁଲତୋଡା ଦେଇ ଅଭିବାଦନ ଜଣାଇଥିଲେ । ନୂତନ ଜିଲାଜଜ୍ ପ୍ରଥମେ କୋର୍ଟ ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରି ନିଜ କାର୍ଯ୍ୟଭାର ଗ୍ରହଣ କରିଥିଲେ ।