Odiapua.com

ଭଦ୍ରକରେ ନିରାଡମ୍ବର ଭାବେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳିତ, କରୋନା ମହାମାରୀ ପାଇଁ ଫିକା ପଡ଼ିଲା ପର୍ବ

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦିନରେ ସାରା ବିଶ୍ୱରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇଥିବାବେଳେ ତାହା ଆଜି ଭଦ୍ରକରେ ମଧ୍ୟ ପ୍ରଫେଟ ମହମ୍ମଦଙ୍କ (ଜଶନେ-ଇଦମିଲାଦୁନ ନବୀ) କରୋନା ମହାମାରୀ ପାଇଁ ପ୍ରଶାସନର ନିୟମ ଅନୁଯାୟୀ ଭଦ୍ରକ ମୁସଲିମ ଜମାତ ନିରାଡ଼ମ୍ବର ଭାବେ ପାଳନ କରିଛି । ପ୍ରଫେଟ ମହମ୍ମଦଙ୍କ ୨୯ ଅଗଷ୍ଟ ୫୭୦ ଖ୍ରୀ:ପୂ ସୋମବାର ସକାଳ ସମୟରେ ଆରବର ମୁଖ୍ୟ ସହର ମକ୍କା ଶରିଫରେ ଜନ୍ମଗ୍ରହଣ କରିଥିଲେ । ମୁସଲିମ ଜମାତର ସଭାପତି ହାଜୀ ଅବଦୁଲ ବାରୀ, କାର୍ଯ୍ୟକାରୀ ସଭାପତି ମହମ୍ମଦ ଜକାଉଲ୍ଲା, ସାଧାରଣ ସଂପାଦକ ଏନାମ ମହମହ୍ମଦ, ଯୁଗ୍ମ ସଂପାଦ ଅବଦୁଲ ମୁକିତ ଖା ଓ ଶେଖ ସିରାଜୁଦ୍ଦିନ ପ୍ରମୁଖଙ୍କ ନେତୃତ୍ୱରେ ପ୍ରଶାସନର ଆଦେଶ ମାନି ଇଦ ମିଲାଦୁନ ନବୀ ପର୍ବ ପାଳନ କରିଛି । ସାରା ବିଶ୍ୱରେ ମହାମାରୀ ଲାଗି ରହିଛି ଏବଂ ସାରା ବିଶ୍ୱ ଭିତରେ ଭାରତର ଭଦ୍ରକ ଏକ ଭାଇଚାରା ସହର । ଏହି ସହରରେ ଯେକୌଣସି ପାର୍ବଣରେ ଉଭୟ ହିନ୍ଦୁ ଓ ମୁସଲମାନମାନେ ମିଶି ପର୍ବ ପାଳନ କରୁଛନ୍ତି କିନ୍ତୁ ୨ ବର୍ଷ ଧରି ପ୍ରତ୍ୟେକ ପାର୍ବଣ ଫିକା ପଡ଼ିଛି ।

ଏହି ଜୟନ୍ତୀରେ ପ୍ରତ୍ୟେକ ବର୍ଷ ଭଦ୍ରକ ମୁସଲିମ ଜମାତ ତରଫରୁ ୬୦ ରୁ ୭୦ ଗୋଟି ମେଢ (ଜୁଲୁସ ଓ କାଫେଲା) ପୁରୁଣାବଜାର ଚୌଖଣ୍ଡିରୁ ବାହରି ବାଙ୍କାବଜାର, ଅଲାଲପୁର, ହେଲାସାହି, ଲାହାପଟ୍ଟି, ନଙ୍ଘାମହଲ୍ଲା, ହଜାରିନଗର, ଏଲଖା ଛକ, କଚେରୀ ବଜାର, ନୁଆ ବଜାର, କଣ୍ଟାବଣିଆ, ମୁଲ୍ଲାସାହି ଓ ଶଙ୍କରପୁର ହୋଇ ମଦିନା ମଇଦାନରେ ପହଞ୍ଚୁଥିଲେ କିନ୍ତୁ ଗତ ବର୍ଷ ପରି ଏବର୍ଷ ମଧ୍ୟ ସରକାରଙ୍କ ନିୟମ ଅନୁଯାୟୀ କୌଣସି ମେଢ଼ ବାହାରିଲା ନାହିଁ କି କୌଣସି ଜାଗାରେ ଧର୍ମସଭା ନ ହୋଇ ନିରାଡମ୍ବର ଭାବେ ପ୍ରତ୍ୟେକ ମସଜିଦ, ମଜାର ପୀଠ ଓ ପ୍ରତ୍ୟେକ ଗାଁରେ ଫାତେହା କରାଯାଇଥିଲା । ପ୍ରତ୍ୟେକ ମସଜିଦରେ ପ୍ରଫେଟ ମହମ୍ମଦଙ୍କ ନିତିବାଣୀ ଉପରେ ଆଲୋକାପତ କରାଯାଇଥିଲା ଏବଂ ପ୍ରତ୍ୟେକ ମସଜିଦରେ ରଙ୍ଗ ବେରଙ୍ଗର ଲାଇଟ ସଜା ହୋଇ ନମାଜ ପାଠ ହୋଇଥିଲା । କାଁ ଭାଁ କେତୋଟି ଗାଁରେ ଜୁଲୁସ ତିଆରି ହୋଇ ନିଜ ଏରିଆରେ ରଖିଥିଲେ । ପୁରୁଣାବଜାର ଖ୍ୱାଜା ଗରିବ ନୱାଜ କମିଟି ତରଫରୁ ମଧ୍ୟ ସକାଳ ୫ ଘଟିକା ସମୟରେ (ଲଙ୍ଗର-ଏ-ରସୁଲ) ପ୍ରସାଦ ବଣ୍ଟନ କରାଯାଇଥିଲା ।