Odiapua.com

ଭଦ୍ରକରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ଆଇନ ସେବା ପ୍ରାଧିକାରଣ, ନୂଆଦିଲ୍ଲୀ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ। କଟକଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜ଼ିଲ୍ଲା ନ୍ୟାୟାଳୟ, ନଳାଙ୍ଗ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନା ଅଧ୍ୟକ୍ଷତା କରି ଥିବା ବେଳେ ଜ଼ିଲ୍ଲା ଆଇନ ସେବା ପ୍ରାଧିକାରଣର ସଚିବ ପୁଣ୍ୟଶ୍ଲୋକ ରଥ ଏହି ଲୋକ ଅଦାଲତ କୁ ପରିଚାଳନା କରି ଥିଲେ । ମୋଟ (ଦୁଇ କୋଟି ଛୟାଅଶି ଲକ୍ଷ ଚଉରାଳିଶ ହଜାର ସତଷଠି)ଟଙ୍କାରେ ୮୩୮ (ଆଠଶହ ଅଡତିରିଶି)ଟି ମୋକଦ୍ଦମାର ଆପୋଷ ସମଧାନ ହୋଇ ଥିଲା। ସେଗୁଡିକ ମଧ୍ୟରେ ପ୍ରାକ ମୋକଦ୍ଦମା ସ୍ତରରେ ୭୩୯୯୦୦୨ (ତେସ୍ତରି ଲକ୍ଷ ଅନେଶତ ହଜାର ଦୁଇ) ଟଙ୍କାରେ ୩୮୨ (ତିନିଶହ ବୟାଅଶି)ଟି ଏବଂ ମୋଟ ୨୧୨୪୫୩୬୪(ଦୁଇକୋଟି ବାରଲକ୍ଷ ପଇଁଚାଳିଶହଜାର ତିନିଶହ ଚଉଷଠି) ଟଙ୍କାରେ ୪୫୬(ଚାରିସହ ଛପନ)ଟି ବିଚାରଧିନ ମୋକଦ୍ଦମାର ଆପୋଷ ସମଧାନ ହୋଇଥିଲା। ସେଗୁଡିକ ମଧ୍ୟରେ ବିଭିନ୍ନ ମୋଟର ଯାନ ଦୁର୍ଘଟଣା ଦାବି ଟ୍ରିବୁନାଲର ବିଚରାଧୀନ ଥିବା ୧୪ ଟି ମାମଲାର ୧୧୦୭୩୦୦୦ ଟଙ୍କାରେ, ୩୯ ଟି ଚେକ ବାଉନ୍ସ ପୁନଃରୁଦ୍ଧାର ମାମଲା ୭୧୯୭୩୨୪ ଟଙ୍କାରେ, ୨୩ ଟି ବୈବାହିକ ବିବାଦ, ୮୨ ଟି ରାଜସ୍ୱ ମୋକଦ୍ଦମା, ୨୭ ଟି ଅନ୍ୟାନ୍ୟ ଦେୱାନୀ ମାମଲା, ପ୍ରାକ ମୋକଦ୍ଦମା ମଧ୍ୟରେ ବିଭିନ୍ନ ବ୍ୟାଙ୍କ ର ୧୩୬ ଟି ବ୍ୟାଙ୍କ ଋଣ ମାମଲା ୪୩୮୦୮୩୩ ଟଙ୍କାରେ ଭାରତ ସଂଚାର ନିଗମ ଲିମିଟେଡ଼ ର ଟେଲିଫୋନେ ବିଲ ସମ୍ବନ୍ଧୀୟ ୬ ଟି ମାମଲା ୧୦୨୦୦ ଟଙ୍କାରେ, ବିଦ୍ୟୁତ୍ ବିଭାଗ ର ୧୫୫ଟି ମାମଲା ୨୭୦୦୦୦୦ ଟଙ୍କାରେ , ୨୬ ଟି ବକେୟା ଟ୍ରାଫିକ ଚାଲାଣ ୧୬୮୬୪୦ଟଙ୍କକ୍ଷ ରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଅଛି।