Odiapua.com

ଭଦ୍ରକରେ ଦ୍ୱିତୀୟ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ, ୮୯୩ ଟି ମୋକଦ୍ଦମା ଆପୋଷ ସମାଧାନ

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦ୍ୱିତୀୟ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ନେହା ଅଗ୍ରୱାଲ ଏହି ଲୋକ ଅଦାଲତକୁ ପରିଚାଲନା କରିଥିଲେ । ମୋଟ ୧୧୮୬୨୪୪୪ ଟଙ୍କାରେ ୮୯୩ ଟି ମୋକଦ୍ଦମାର ଆପୋଷ ସମାଧାନ ହୋଇଥିଲା । ସେଗୁଡ଼ିକ ମଧ୍ୟରେ ବିଭିନ୍ନ ମୋଟରଯାନ ଦୁର୍ଘଟଣା ଦାବି ଟ୍ରିବୁନାଲର ବିଚରାଧୀନ ଥିବା ୨୦ଟି ମାମଲାର ୧୦୦୦୪୦୦୦ ଟଙ୍କାରେ, ୧୯ଟି ଚେକ ବୌନ୍ସ, ପୁନଃରୁଦ୍ଧାର ମାମଲା ୧୩୬୬୮୬୬ ଟଙ୍କାରେ, ୧୩ଟି ବୈବାହିକ ବିବାଦ, ୮୩୯ ଟି ରାଜସ୍ୱ ମୋକଦ୍ଦମାର ୧୦୦୦୦୦ ଟଙ୍କାରେ, ୧ଟି ଉପଭୋକ୍ତା ବିବାଦ ମାମଲା, ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଅଛି ।