Odiapua.com

ଭଦ୍ରକରେ ତୃତୀୟ ଲୋକ ଅଦାଲତ, ୧୪ କୋଟି ୨୧ ଲକ୍ଷ ୫୪ ହଜାର ୭୦୭ ଟଙ୍କାରେ ୨୨୬୯ ଟି ମୋକଦ୍ଦମାର ଆପୋଷ ସମାଧାନ

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦ୍ୱିତୀୟ ଲୋକ ଅଦାଲତ ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ନେହା ଅଗ୍ରୱାଲ ଏହି ଲୋକ ଅଦାଲତକୁ ପରିଚାଳନା କରିଥିଲେ । ମୋଟ ୧୪୨୧୫୪୭୦୭ ଟଙ୍କାରେ ୨୨୬୯ ଟି ମୋକଦ୍ଦମାର ଆପୋଷ ସମାଧାନ ହୋଇଥିଲା । ସେଗୁଡ଼ିକ ମଧ୍ୟରେ ବିଭିନ୍ନ ମୋଟର ଯାନ ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲର ବିଚାରାଧୀନ ଥିବା ୩୮ ଟି ମାମଲାର ୨୩୪୩୮୦୦୦ ଟଙ୍କାରେ ୩୭୫ ଟି ମିଳାମିଶା ଯୋଗ୍ୟ ଫୌଜଦାରି, ୪୨ଟି ଚେକ୍ ବୌନ୍ସ, ପୁନଃରୁଦ୍ଧାର ମାମଲା ୧୦୦୫୫୯୫୫୮ ଟଙ୍କାରେ, ୫୫ଟି ବୈବାହିକ ବିବାହ, ୧୫୪୬ଟି ରାଜସ୍ୱ ମୋକଦ୍ଦମା, ୧୨୩୨୮୩୮ ଟଙ୍କାରେ, ୪ଟି ଉପଭୋକ୍ତା ବିବାଦ ମାମଲା, ୭୮ ଟି ଅନ୍ୟାନ୍ୟ ଦେୱାନୀ ମାମଲା, ପ୍ରାକ ମୋକଦ୍ଦମା ମଧ୍ୟରେ ବିଭିନ୍ନ ବ୍ୟାଙ୍କ ର ୧୫ଟି ବ୍ୟାଙ୍କ ଋଣ ମାମଲା ୩୭୫୫୭୩୦ ଟଙ୍କାରେ ଭାରତ ସଂଚାର ନିଗମ ଲିମିଟେଡ଼ର ଟେଲିଫୋନ୍ ବିଲ ସମ୍ବନ୍ଧୀୟ ୪ଟି ମାମଲା ୬୦୩୦ ଟଙ୍କାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଅଛି ।