Odiapua.com

ଭଦ୍ରକରେ ତିନୋଟି ପେପର ବିହୀନର କୋର୍ଟର ଉଦ୍‌ଘାଟନ

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହାଇକୋର୍ଟର ଏକ୍‌ଟିଙ୍ଗ୍ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ବି.ଆର.ଷଡ଼ଙ୍ଗୀ ଭରଚୁଆଲ ରେ ବିଭିନ୍ନ କୋର୍ଟରେ ପେପର୍ ଲେସ୍ କୋର୍ଟ ଶୁଭାରମ୍ଭ କରିଛନ୍ତି । ଭଦ୍ରକ ଜିଲ୍ଲା ନଳାଙ୍ଗ ଠାରେ ଥିବା ଜିଲ୍ଲା ଜଜ୍ କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଜଜ୍ ସ୍ପେଶାଲ୍ ପୋସ୍କୋ କୋର୍ଟ, ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟ ଏବଂ ସେଶନ୍ ଜଜ୍ ସ୍ପେଶାଲ୍ ଟ୍ରାକ୍ କୋର୍ଟ ଶୁଭାରମ୍ଭ ହୋଇଥିଲା । ଏଥିରେ ଏ.ଡ଼ି.ଜେ ଆଶିଷ କୁମାର ତ୍ରିପାଠୀ, ସ୍ୱତନ୍ତ୍ର ଟ୍ରାକ୍ କୋର୍ଟ ଜଜ୍ ସସ୍ମିତା ନନ୍ଦିନୀ ତ୍ରିପାଠୀ, ପୋସ୍କୋ ଜଜ୍ ମୁକ୍ତିକାନ୍ତ ଶତ୍‌ପଥୀ, ଜଜ୍ ମିନତୀ ପଣ୍ଡାଙ୍କ ସମେତ ସମସ୍ତ ବିଚାର ବିଭାଗ ମାଜିଷ୍ଟେଟ୍‌, ସରକାରୀ ଓକିଲ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାଗଜ ବିହିନ କାର୍ଯ୍ୟ ଫଳରେ କାଗଜ ନଷ୍ଟ ନହେବା, କୋର୍ଟ ରେକର୍ଡ଼ ସବୁ କମ୍ପ୍ୟୁଟରରେ ସଂଲଗ୍ନ ହୋଇ ସମସ୍ତ ତଥ୍ୟ ଜାଣି ପାରିବା, ସାର୍ଟିଫାଏଡ଼ ନକଲ ବା କପି ପାଇବା ସହ ପଡ଼ିରହିଥିବା ମାମଲା ଖୁବ୍ ଶୀଘ୍ର ସମାଧାନ ହୋଇ ଜନସାଧାରଣଙ୍କୁ ତ୍ୱରିତ ଯୋଗାଇ ଦିଆଯିବ ।