Odiapua.com

ଭଦ୍ରକରେ ଡିସେମ୍ବର ୬ ରୁ ୧୫ ଜାତୀୟସ୍ତରୀୟ ପ୍ରଥମ ବାଣିଜ୍ୟ ମେଳା

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଲେଜ ପଡିଆରେ ଚଳିତମାସ ଜାତୀୟ ବାଣିଜ୍ୟ ମେଳା ଅନୁଷ୍ଠିତ ହେଉଛି। ଏଥି ଉପଲକ୍ଷେ ଆଜି ବାଣିଜ୍ୟ ମେଳାର ଇଭେଂଟ ଅଫିସ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆବାହକ ମନୋଜ ରାୟ, ମେଳାର ପାର୍ଟନ ବସନ୍ତ ରାଉତ, ଚେୟାରମେନ୍ ସୁଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ କମଳାକାନ୍ତ ସାହୁ, ସଂଯୋଜକ ଦେବୀପ୍ରସାଦ ଦାସ, ଓସ୍‌ମେ ର ଉପଦେଷ୍ଟା ଇଂ ପୀତାମ୍ବର ପରିଡା ପ୍ରମୁଖ ଯୋଗଦେଇ ଚଳିତବର୍ଷ ଏହି ବାଣିଜ୍ୟ ମେଳାରେ ୧୮୭ ଟି ଷ୍ଟଲ୍ ଜାତୀୟ ସ୍ତରରେ ଅଂଶଗ୍ରହଣ କରୁଥିବାର ସୂଚନା ଦେଇଥିଲେ। ଦେଶର ବିଭିନ୍ନ ସ୍ଥାନ ମଧ୍ୟରେ ଦିଲ୍ଲୀ, ଉତରପ୍ରଦେଶ, ହରିୟାଣା, ରାଜସ୍ଥାନ, ବିହାର, ପଶ୍ଚିମବଂଗ, ମଣିପୁର, ଆସାମ ଓ ଜାମ୍ମୁକାଶ୍ମୀର ଭଳି ରାଜ୍ୟରୁ ବ୍ୟବସାୟୀମାନେ ସେମାନଙ୍କର ରାଜ୍ୟର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ୍ର ସାମଗ୍ରୀ ଏହି ମେଳାରେ ପ୍ରଦର୍ଶନ ସହ ବିକ୍ରୟ କରିବେ। ଏଥିସହିତ ଓଡ଼ିଶାର ବିଭିନ୍ନ ଜିଲାରୁ ମଧ୍ୟ ଏସ୍‌ଏଚ୍‌ଜି ଓ ବ୍ୟବସାୟୀମାନେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ଏହି ବାଣିଜ୍ୟମେଳା ପରିସରରେ ଏକ ଅଟୋ ଏକ୍ସପୋର ମଧ୍ୟ ଆୟୋଜନ କରାଯାଇଛି। ଏଥିରେ ବିଭିନ୍ନ ଯାନବାହନ ନିର୍ମାତା ସେମାନଙ୍କ ଗାଡି ଗୁଡିକ ପ୍ରଦର୍ଶିତ କରିବେ। ଏବଂ ଜନସାଧାରଣ ସେମାନଙ୍କର ମନ ପସନ୍ଦର ଗାଡି ଏହି ଏକ୍ସପୋରରେ ବୁକିଂ କରି ସ୍ୱତନ୍ତ୍ର ରିହାତି ପାଇବାର ସୁଯୋଗ ନେଇପାରିବେ। କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇର ମଧ୍ୟ ୬୦ଟି ଷ୍ଟଲ୍ ଏଠାରେ ସ୍ଥାନ ପାଇବ। ମେଳାରେ ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ପୋଷାକ, ଦୈନନ୍ଦିନ ବ୍ୟବହାର ଅତବଶ୍ୟକୀୟ ସାମଗ୍ରୀ ଜୋତା, ଚପଲ ମଧ୍ୟ ଉପଲବ୍ଧ ହେବ। ଓଡ଼ିଶାର ପ୍ରତିଷ୍ଠିତ ମସଲା କଂପାନୀ ରୁଚି ପକ୍ଷରୁ ମଧ୍ୟ ଗ୍ରାହକଙ୍କ ପାଇଁ ଏହି ମେଳାରେ ସ୍ୱତନ୍ତ୍ର ଅଫର ରଖାଯାଇଛି। ମେଳା ବୁଲିବାକୁ ଆସୁଥିବା ଜନସାଧାରଣଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଫୁଡ୍ କୋର୍ଡ ସ୍ଥାପନ କରାଯାଇଥିବାବେଳେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ମୁଢି ମାଂସ, ଛେନା ଝିଲ୍ଲି, ରସାବଳୀ ଠାରୁ ନେଇ ରାଜସ୍ଥାନ ଖାଦ୍ୟ ଓ ଫାଷ୍ଟଫୁଡ୍ ଉପଲବ୍ଧ ହେବ। ମହିଳା ଓ ପିଲାମାନଙ୍କ ପାଇଁ ଏହି ମେଳାରେ ମୀନାବଜାର ଓ ମନୋରଂଜନର ବିଭିନ୍ନ ଦୋଳିର ଆୟୋଜନ କରାଯାଇଛି। ଏଥିସହିତ ମେଳା ପରିସରରେ ଥିବା ମଂଚରେ ପ୍ରତି ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଉଦୀୟମାନ ପ୍ରତିଷ୍ଠିତ କଳାକାରମାନେ ସେମାନଙ୍କର ଆକର୍ଷଣୀୟ କଳା ନୈପୁଣ୍ୟ ପ୍ରଦର୍ଶନ କରିବେ। ତେବେ ୬ ତାରିଖରେ ଏହି ମେଳା ଉଦ୍‌ଘାଟିତ ହେବାକୁ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଜଣ ମନ୍ତ୍ରୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହେବ। ଏଭଳି ଜାତୀୟ ସ୍ତରର ବିଶାଳ ମେଳା କେବେ ଭଦ୍ରକରେ ହୋଇନଥିଲା। ଏଣୁ ଜିଲାବାସୀ ଏହି ମେଳାକୁ ସଂପୂର୍ଣ୍ଣ ସହଯୋଗ କରିବା ସହ ଜିଲା ପ୍ରଶାସନ, ପୁଲିସ୍‌, ଅଗ୍ନିଶମ ବାହିନୀ, ଭଦ୍ରକ ପୌରପାଳିକା, ଜିଲା ମୁଖ୍ୟ ଚିକିତ୍ସାଳ, ଭଦ୍ରକ ଟାଟା ପାୱାରର ଅଧିକାରୀମାନେ ଏହାର ସଫଳତା ନେଇ ସହଯୋଗର ହାତ ବଢାଇବାକୁ ଆବାହକ ଶ୍ରୀ ରାୟ ସମସ୍ତଙ୍କୁ ନିବେଦନ କରିଥିଲେ। ଶେଷରେ ମାକ୍ରୋୱେବ୍ ଟେକ୍‌ନୋଲୋଜିର ମୋନାଲିସା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।