Odiapua.com

ଭଦ୍ରକରେ ଜାତୀୟସ୍ତରୀୟ ବାଣିଜ୍ୟ ମେଳା ଉଦ୍‌ଘାଟିତ

????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ପ୍ରୀତିକ୍ଷିତ ଜାତୀୟସ୍ତରୀୟ ଭଦ୍ରକ ବାଣିଜ୍ୟମେଳା ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଉଦ୍‌ଘାଟିତ ହୋଇଛି। ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ହବିବ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଉଦ୍‌ଘାଟନ କରି ନିଜ ସମ୍ଭାଷଣରେ ଏଭଳି ଜାତୀୟସ୍ତରୀୟ ବାଣିଜ୍ୟ ମେଳା ପାଇଁ ମେଳାର ଆୟୋଜକ ଏବଂ ଓସ୍‌ମେ ର ସମସ୍ତ କର୍ମକର୍ତାଙ୍କ ମହତ୍ ଉଦ୍ଦେଶ୍ୟର ଭୂୟସୀ ପ୍ରଶଂସା କରିଥିଲେ। ବାହାର ରାଜ୍ୟରୁ ଆସିଥିବା ବିଭିନ୍ନ ପଦାର୍ଥ, କ୍ଷୁଦ୍ର, ଅତି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗୀମାନଙ୍କର ଉତ୍ପାଦିତ ପଦାର୍ଥ ଭଦ୍ରକ ଜିଲାବାସୀ ନିଶ୍ଚିତ ଭାବେ ଦେଖି ସେଗୁଡିକର ଉତ୍ପାଦନ ଆମ ଜିଲାରେ କିଭଳି ହୋଇପାରିବ, ସେ ସଂପର୍କରେ ଚେଷ୍ଟିତ ହେବେ ବୋଲି କହିଥିଲେ। ଏବଂ ଭଦ୍ରକ ଜିଲାର କଳା ସାହିତ୍ୟ ଓ ସଂସ୍କୃତିକୁ ବିଭିନ୍ନ ରାଜ୍ୟରୁ ଆସିଥିବା ବ୍ୟବସାୟୀମାନେ ଯେଭଳି ଅନୁଭବ କରିବେ ସେ ଦିଗରେ ଆୟୋଜକମାନଙ୍କର ସହଯୋଗ କାମନା କରିଥିଲେ। ଅନ୍ୟତମ ଅତିଥି ଭାବେ ଭଦ୍ରକର ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ ଯୋଗଦେଇ ଆମ ଦେଶରେ କୃଷି ପରେ ଶିଳ୍ପ ଓ ୩ୟରେ ଚାକିରୀ, ଲୋକମାନଙ୍କର ଆୟର ମୁଖ୍ୟ ମାଧ୍ୟମ ହୋଇଥିବାବେଳେ ଏଭଳି ମେଳା ନିଶ୍ଚିତ ଭାବେ ଭଦ୍ରକବାସୀଙ୍କ ପାଇଁ ଏକ ନୂତନ ଆଶାର ସଂଚା କରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଏବଂ ଏ ଦିଗରେ ଆଜିର ଯୁବପିଢି ଚେଷ୍ଟିତ ହେବାକୁ ଆହ୍ୱାନ ଦେଇଥିଲେ। ମେଳାର ସଂଯୋଜକ ଦେବୀପ୍ରସାଦ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ସୂର୍ଯ୍ୟକାନ୍ତ ବେହେରା, ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦୁର୍ଗାଶଙ୍କର ଦାଶ, ଓସ୍‌ମେ, ଭଦ୍ରକ ବାଣିଜ୍ୟ ମେଳାର ଅଧ୍ୟକ୍ଷ ଏବଂ ଓସ୍‌ମେ ର ସଂପାଦକ ସୁଶାନ୍ତ କୁମାର ନାୟକ, ଭଦ୍ରକର ସଭାପତି ସୁରଜ କୁମାର ସାହୁ, ଭଦ୍ରକ ବାଣିଜ୍ୟ ମେଳାର ଆବାହକ ମନୋଜ ରାୟ, ପାର୍ଟନ ବସନ୍ତ କୁମାର ରାଉତ ପ୍ରମୁଖ ଯୋଗଦେଇ ଏହାର ସଫଳତା କାମନା କରିଥିଲେ। ଏହି ଅବସରରେ ଭଦ୍ରକର ଚା’ ଦୋକାନୀ ସୁମତୀ ଦାସ, ବିନାୟକ ଗ୍ରୁପର ମନୋଜ କୁମାର ପାଢୀ, ସଂଗୀତଜ୍ଞ ସୁବାଷ ରାମ, ସଫଳ ଉଦ୍ୟୋଗୀ ପ୍ରଫୁଲ୍ଲ ମଣ୍ଡଳ, ଶିକ୍ଷାବିତ୍ ଏବଂ ସମାଜସେବୀ ନରେନ୍ଦ୍ର ସାହୁଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ବାଣିଜ୍ୟ ମେଳା ଓ ଓସ୍‌ମେ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।