Odiapua.com

ଭଦ୍ରକରେ ଗୋ ମାଫିଆଙ୍କ ରାଜ୍‌, ବୋଲେରୋରେ ଚାଲିଛି ଗୋ ଚାଲାଣ

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କିଛି ଦିନ ପରେ ଭଦ୍ରକରେ ପୁଣି ମାତିଛନ୍ତି ଗୋ ମାଫିଆ । ଭିନ୍ନ ଭିନ୍ନ ତରିକା ଆପଣାଇ କରୁଛନ୍ତି ଗୋ ଚାଲାଣ କରୁଛନ୍ତି । ଆଜି ଭୋର ସମୟରେ ଭଦ୍ରକ ପୁରୁଣା ବଜ଼ାର ଥାନା ନିକଟ ଆରଏମସି ମାର୍କେଟ ପରିସର ଭିତରୁ ଏକ ବୋଲେରୋରେ ଗୋ ଚାଲାଣ ହେଉଥିବାବେଳେ ପୁଲିସ୍ ଦ୍ୱାରା ତାହା ଜବତ ହୋଇଛି। ପୁଲିସ୍ ଏହି ବୋଲେରୋ ଭିତରୁ ପ୍ରାୟ ୩୪ ଗୋରୁ ଉଦ୍ଧାର କରିଛି। ଏଠାରେ ସୂଚନାଯୋଗ୍ୟ ଆଜି ଭୋର ସମୟରେ ଭଦ୍ରକ ପୁରୁଣା ବଜ଼ାର ଥାନା ନିକଟ ଆରଏମସି ମାର୍କେଟ ପରିସର ଭିତରୁ ଏକ ବୋଲୋରୋରେ ଗୋ ଚାଲାଣ ବେଳେ ଧରା ପଡିଥିଲା ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ । ସେହିପରି ଟାଉନ୍ ଥାନା ନିକଟ ସାହାପୁର ମସଜିଦ ନିକଟରେ ଏକ ଗୋରୁ ବୋଝେଇ ବୋଲେରୋ ଟାଉନ୍ ପୁଲିସ ଦ୍ୱାରା ଜବତ କରିଛି। ଜବତ ପିକଅପରୁ ୨୨ ଟି ଗୋରୁ ଉଦ୍ଧାର ହୋଇଥିବା ବେଳେ ବୋଲେରୋରୁ ୧୨ ଟି ଗୋରୁ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ହୋଇଥିବା ୩୪ ଗୋରୁଙ୍କୁ ପୁଲିସ ମଇତାପୁର ସ୍ଥିତ ଗୋଶାଳାରେ ଭର୍ତି କରିଛି। ସେପଟେ ଗୋ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାର ଜଣାପଡିଛି।