Odiapua.com

ଭଦ୍ରକରେ ଖୋଲିଲା ଅତ୍ୟାଧୁନିକ କାର୍ବୋନିକ୍ ସନଲାଇଟ୍ ଡ୍ରାଏ କ୍ଲିନର

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ୟୁରୋପିଆନ୍ ଜ୍ଞାନକୌଶଳରେ ଏକ ଅତ୍ୟାଧୁନିକ କାର୍ବୋନିକ୍ ଓ ହାଇଜେନିକ୍ ସନଲାଇଟ୍ ଡ୍ରାଏ କ୍ଲିନର ସୋରୁମ ଉଦ୍‌ଘାଟିତ ହୋଇଯାଇଛି । ସହରର ଲୋକନାଥ ମନ୍ଦିର ନିକଟରେ ପ୍ରତିଷ୍ଠା ହୋଇଥିବା ଏହି ଡ୍ରାଏ କ୍ଲିନର ସୋରୁମ୍‌କୁ ଚଳଚ୍ଚିତ୍ର ଅଭିନେତା ବବି ମିଶ୍ର ମୁଖ୍ୟଅତିଥି, ସାଂସଦ ମଂଜୁଲତା ମଣ୍ଡଳ ବରେର‌୍ୟ ଅତିଥି, ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଫିତା କାଟି ଉଦ୍‌ଘାଟନ କରି ଏହା କେବଳ ଭଦ୍ରକ ନୁହେଁ ସମଗ୍ର ରାଜ୍ୟରେ ଏକ ଅତ୍ୟାଧୁନିକ ସୋରୁମ୍‌ର ମାନ୍ୟତା ପାଇଛି ବୋଲି କହିଥିଲେ । ସୋରୁମ୍‌ର ଅନ୍ୟତମ ପ୍ରତିଷ୍ଠାତା ସୀମାଞ୍ଚଳ ଦାସ ଓ ଦେବେନ୍ଦ୍ର ସେଠୀ ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ହାସଲ କରିଥିବା ଏହି ସୋରୁମ୍ ଗ୍ରାହକମାନଙ୍କର ଡିମାଣ୍ଡକୁ ଆଖି ଆଗରେ ରଖି ଏଭଳି ଅଟୋମେଟିକ୍ ହାଇଜେନିକ୍ ଭିଜୁଆଲ ଲାଇଭ୍ ଯୁକ୍ତ ତଥା ସ୍ୱଳ୍ପମୂଲ୍ୟ ଓ କମ୍ ସମୟରେ ଉପଲବ୍ଧ ଏହି ଡ୍ରାଏ କ୍ଲନିରର ସୁବିଧା ହାସଲ କରିବାକୁ ଗଣମାଧ୍ୟମକୁ କହିଥିଲେ । ଏହି ଉଦ୍‌ଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ବଦ୍ରୀ ନାରାୟଣ ଧଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନସ୍ମିତା ଖୁଣ୍ଟିଆ, ପୂର୍ବତନ ପୌରପାଳ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।