Odiapua.com

ଭଦ୍ରକରେ କଂଗ୍ରେସ ଓ ବିଜେଡି ସମର୍ଥନରେ ମିଳିତ ଶ୍ରମିକ ସଙ୍ଗଠନର ବନ୍ଦ ସଫଳ

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ମିଳିତ ମଂଚ ଓ ସ୍ୱାଧୀନ ଫେଡରେସନ୍ ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ଭଦ୍ରକ ଜିଲ୍ଲାରେ ପଡ଼ିଛି। ଫଳରେ ୧୬ ନମ୍ବର ଜାତୀୟ ରାଜପଥ ର ଦୁଇ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଉପରେ ବହୁ ତୀର୍ଥଯାତ୍ରୀ ବସ ସହ ଟ୍ରକ, କାର ଇତ୍ୟାଦି ଅଟକି ରହିଥିଲା। ଏପରିକି ଏହି ଆନ୍ଦୋଳନ ଫଳରେ ବହୁ ଦୋକାନ ବଜାର ସ୍ୱତପ୍ରବୃତ ଭାବେ ବନ୍ଦ ରହିଥିବାର ଦେଖିବାକୁ ମିଳିଥିଲା। ବନ୍ତ ଛକ ଓ ନୂଆ ବସଷ୍ଟାଣ୍ଡ ରେ ବସ୍ ସେବା ବନ୍ଦ ରହିଥିବାବେଳେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।ସହରର ବିଭିନ୍ନ ସରକାରି, ବେସରକାରୀ ପ୍ରତିଷ୍ଠାନ,ଶିକ୍ଷାନୁଷ୍ଠାନ ଏବଂ ବ୍ୟାଙ୍କ୍ ଗୁଡିକ ମଧ୍ୟ ବନ୍ଦ ରହିଥିଲା। ଶ୍ରମିକ ବିରୋଧୀ ୪ ଟି ଶ୍ରମକୋର୍ଡ ଓ ଆଇନର ପ୍ରତ୍ୟାହାର,ଶ୍ରମ ଶକ୍ତି ନୀତି ୨୦୨୫ର ପ୍ରତ୍ୟାହାର,ବିଦ୍ୟୁତ୍ ସଂଶୋଧିତ ବିଲ୍ ବାତିଲ କରିବା ଓ ଅଙ୍ଗନୱାଡି ଆଶା କର୍ମୀ ଓ ପାଚିକା ମାନଙ୍କୁ ଶ୍ରମିକର ମାନ୍ୟତା ଦେବା ଭଳି ଅନେକ ଦାବି ନେଇ ଏହି ବନ୍ଦ ପାଳିତ ହୋଇଥିଲା। ପ୍ରାତଃରେ ଚରମ୍ପା ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ନିରଂଜନ ପାଣି,ନରେନ୍ଦ୍ର ଦାସ, ବାବୁ ଖାଁ, କାଳୁ ଖାଁ , ଶର୍ମା କାନ୍ତ ନାୟକ, ରାଜୁ ଖାଁ, ବାସୁଦେବ ପୁହାଣ ଓ ବସନ୍ତ ସାହୁ। ଜିଲ୍ଲା ପ୍ରଶାସନ ନିକ ଦପ୍ତର ଓ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସତରୁଦ୍ଦିନ, ବସନ୍ତ ନାୟକ, ଶାନ୍ତିଲତା ନାୟକ, କାଳନ୍ଦୀ ପାତ୍ର, ନବ ବେହେରା, ଚନ୍ଦ୍ର ଶେଖର ନାୟକ, କମର୍ ଖାଁ, କଲୁଖାଁ, ରବିଯେନା, ସୂର୍ଯୟନାରାୟଣ ଦାସ, ବସନ୍ତ ନାୟକ। କୋର୍ଟ ପରିସର ମଧ୍ୟରେ ଗିରିଧାରୀ ନାଥ, ପ୍ରଫୁଲ୍ଲ ସାମଲ, ବିନୋଦ ସାହୁପ୍ରମୁଖ ଶତାଧିକ ଆଇନଜୀବୀ ବିକ୍ଷୋଭ ପ୍ରଦର୍ଶନ କରିବା ଫଳରେ ଆଇନଜୀବୀ ମାନେ କାମରେ ଯୋଗ ଦେଇ ନଥିବାରୁ କୋର୍ଟ କାର୍ଯ୍ୟ ଚାଲି ପାରିନଥିଲା। ବନ୍ତ୍ ଛକ ନିକଟରେ ଶହ ଶହ ସଂଖ୍ୟାରେ ମହିଳା ଶ୍ରମିକମାନେ ଏକ ପ୍ରତିବାଦ ସଭା ଆୟୋଜନ କରିଥଲେ। ଶ୍ରମିକ ନେତା ଦିବ୍ୟ ସିଂହ ନାୟକଙ୍କ ସଭାପତିତ୍ୱ କରିଥିଲେ। ଏହି ସଭାରେ ବକ୍ତବ୍ୟ ରଖି ଥିଲେ କାଳନ୍ଦୀ ପାତ୍ର, ସୁବାଷ ନାୟକ, ରମେଶ ଜେନା, ରମେଶ ନାୟକ, ନାରୀନେତ୍ରୀ ସୂରଜିତା ନାୟକ, ବିଜୁ ଜନତା ଦଳର ର ରାଜ୍ୟ ସ୍ତରୀୟ ନେତା ପ୍ରଫୁଲ ସାମଲ,, ପ୍ରଫୁଲ୍ଲ ନାୟକ, ସୈକ କମର ସତରୁଦ୍ଦିନି ଓ କଂଗ୍ରେସର ଯୁବ ଆଇନଜୀବୀ ପ୍ରଫୁଲ୍ଲ ସାମଲ,ଡକ୍ଟର ରମେଶ ନାୟକ ସରୋଜ ନାୟକ, ପ୍ରହ୍ଲାଦ ପତି, ନବ କିଶୋର୍ ବେହେରା।