Odiapua.com

ଭଦ୍ରକରେ ଓଡିଶା ବନ୍ଦର ଆଂଶିକ ପ୍ରଭାବ

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାର ଆଂଶିକ ପ୍ରଭାବ ଭଦ୍ରକରେ ପଡିଛି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ନଳାଙ୍ଗସ୍ଥିତ ଜିଲ୍ଲା କୋର୍ଟ ପରିସରରେ ସଂଗଠନ ପକ୍ଷରୁ ପିକେଟିଂ କରାଯାଇଥିଲ।ା ଏଥିସହ ସହରରେ ଶୋଭାଯାତ୍ରା ବାହାର କରାଯାଇ ନାରାବାଜି କରାଯାଇଥିଲା। ସକାଳୁ ଆରଡ଼ି ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥକୁ ପ୍ରାୟ ୨ରୁ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରିଥିଲେ। ଫଳରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଠପ ହୋଇ ଯାଇଥିଲା ଓ ରାସ୍ତାର ଉଭୟ ପାଶ୍ୱର୍ରେ ଦୀର୍ଘ ସମୟ ଧରି ଶହଶହ ବସ ଟ୍ରକ ଅଟକି ରହିଥିଲା। ପରେ ପୁଲିସର ହସ୍ତକ୍ଷେପ ପରେ ରାସ୍ତା ଅବରୋଧ ହଟିଥିଲା ୧୦ଟା ବେଳକୁ ହଟିଥିଲା। ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ମୁଖ୍ୟ ତ୍ରିଲୋଚନ ପଣ୍ଡା, ସତ୍ୟ ରଂଜନ ନାୟକ, ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ସଭାପତି ଜାହିର ଖାନ, ସବିର ଖାନ, ଫରିୟାଦ ଖାନ, ମାନସ ରଂଜନ ସାହୁ, ରିୟାଜ ଖାନ, ସେକ ସମିମ, ସେକ ବାବୁ, ସେକ ସାହାନବାଜ, ସାହେବୁର ରହେମାନ, ସେକ ମୁନୁ, ସେକ ମିନାଜ ପ୍ରମୁଖ ଉକ୍ତ ବନ୍ଦ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।