Odiapua.com

ଭଦ୍ରକରେ ଇଲେକ୍ଟ୍ରିସିଆନ୍ ଆସୋସିଏସନ ପକ୍ଷରୁ ବନ୍ଧୁମିଳନ ଓ କରୋନା ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଜିଲ୍ଲା ଇଲେକ୍ଟ୍ରିସିଆନ ଅସୋସିଏସନ ପକ୍ଷରୁ ବନ୍ଧୁମିଳନ ଓ କରୋନା ସଚେତନତା କାର୍ଯ୍ୟକ୍ରମ ଓକିଲ ସଂଘର କନ୍‌ଫରେନସ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଆସୋସିଏସନର ସଭାପତି ଆଶୁତୋଷ ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଓକିଲସଂଘର ପୂର୍ବତନ ସଂପାଦକ ତଥା ଯୁବ ଆଇନ୍‌ଜୀବୀ ସୂର୍ଯ୍ୟକାନ୍ତ କୁଅଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଲେକ୍ଟ୍ରିସିଆନମାନେ ଘରୋକ କାର୍ଯ୍ୟଠାରୁ ଆରମ୍ଭ କରି ବିଭିନ୍ନ ବିପଦପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟକରି ଲୋକମାନଙ୍କୁ ସେବା ଯୋଗାଇ ଥାଆନ୍ତି । ସେମାନଙ୍କୁ ବୀମାଭୁକ୍ତ କରିବା, ଶ୍ରମିକ ପରିଚୟପତ୍ର, ବାସଗୃହ, ସାଇକଲ୍ ଓ ବିଦ୍ୟୁତ୍ ସଂରଞ୍ଜାମ ଯୋଗାଇଦେବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଂଘର ସଂପାଦକ ତଥା ଯୁବ ଆଇନ୍‌ଜୀବୀ ରଞ୍ଜନ ପଣ୍ଡାଙ୍କ ସଂଯୋଜନା କରିବା ସହିତ ତାଙ୍କ ବକ୍ତବ୍ୟରେ କହିଥିଲେ ଇଲେକ୍ଟ୍ରିସିଆନ୍‌ମାନେ ନିଜ କାର୍ଯ୍ୟ କରିବା ସହିତ ସାମାଜିକ କାର୍ଯ୍ୟକ୍ରମ ଯଥା ଜଳଛତ୍ର, ବୃକ୍ଷରୋପଣ, ସଫେଇ ଓ କରୋନା ସମୟରେ ଲୋକମାନଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ ପ୍ରଭୃତି ସଚେତନତା କାର୍ଯ୍ୟକ୍ରମ କରାଯାଇଆସୁଅଛି । ସମ୍ମାନ୍ନିତ ଅତିଥିଭାବେ ଯୁବ ଆଇନ୍‌ଜୀବୀ ଓ ସମାଜସେବୀ ଗୋପବନ୍ଧୁ ଦାସ, ସମାଜସେବୀ ସେକ୍ ମୁକ୍‌ତାର, ସମାଜସେବୀକା ଶ୍ରାବଣୀ କିନ୍ନର ଓ ଗୀତିକାର ଗୌତମ ବାରିକ୍ ପ୍ରମୁଖ ଯୋଗଦେଇ ସମାଜରେ ଇଲେକ୍ଟ୍ରିସିଆନ୍‌ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି ବୋଲି ମତପ୍ରକାଶ କରିଥିଲେ । ପ୍ରାରମ୍ଭରେ ସଂଘର ପ୍ରମୁଖ କର୍ମକର୍ତ୍ତା ଶ୍ରୀକାନ୍ତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ରମେଶ ଗୁପ୍ତା, ଯୁଗ୍ମ ସଂପାଦକ ନିରାକାର ପତି ପ୍ରମୁଖ ଇଲେକ୍ଟ୍ରିସିଆନ୍‌ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସଂଘର ଉପଦେଷ୍ଟା ଦୁଃଖ ବେହେରା, ଭାବଗ୍ରାହୀ ପୃଷ୍ଠି ଓ ଭରତ ମହଲଙ୍କ ଅକସ୍ମାତ ବିୟୋଗରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସେହିପରି ଇଲେକ୍ଟ୍ରିକାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ଭାବଗ୍ରାହୀ ପୃଷ୍ଠିଙ୍କ ପରିବାରକୁ ସଂଘ ପକ୍ଷରୁ ଚାଳିଶ ହଜାର ଟଙ୍କା ଏବଂ ସେକ୍ ଗୋଲମ୍ ମନସୁର୍ ୩୩କେବି ବିଦ୍ୟୁତ୍ ସଂଷ୍ପର୍ଶରେ ଆସି ଆଂଶିକ ଶରୀର ଜଳିଯାଇଥିବାରୁ ତାଙ୍କୁ ଭଲ କରିବା ପାଇଁ ସଂଘ ପକ୍ଷରୁ ଦଶହଜାର ଟଙ୍କା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଲି ହୁସେନ, ମଣିସେନ୍ ଗୁପ୍ତା, ସୌମ୍ୟସର ପଣ୍ଡା, ବୁଦ୍ଧଦେବ ସାମଲ, ଶରତ ପଣ୍ଡା, ଶଂଙ୍କର୍ଷଣ ସିଂ, ଲାଲୁ, ୟୁନିସ୍ ବାବୁ, ମାରୁ ବାବୁ, ପ୍ରଶାନ୍ତ ଗଙ୍ଗା, ରବି, ନିର୍ମଳ, ଫକୀର ବାବୁ, ଗୋବିନ୍ଦ, ମାନସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।