Odiapua.com

ଭଦ୍ରକରେ ଆଜିଠୁ ଗଡିଲା ରାଜସ୍ୱ ରଥ

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନର କରୋନା ମହାମାରୀ ସମସ୍ତଙ୍କର ସୁଖ ଛଡାଇନେଇଛି । ଲକଡାଉନ୍ ଓ ସଟଡାଉନ୍ ଭିତରେ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକମାନେ ଜମିବାଡି ପଟ୍ଟା ପାଉତି ଠାରୁ ଆରମ୍ଭ କରି ଜାତିଗତ, ଆୟ, ଆବାସିକ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇବା ନେଇ ତହସିଲ କାର୍ଯ୍ୟାଳୟ ଓ ରାଜସ୍ୱ ନିରୀକ୍ଷକଙ୍କ ଅଫିସ୍‌କୁ ନଆସି ଏଣିକି ଘର ପାଖରେ ପାଇପାରିବେ ରାଜସ୍ୱ ସେବା । ଏଥିସହ ଲୋକଙ୍କ ଅଭିଯୋଗ ଶୁଣି ଏହାର ସମାଧାନ କରିବା କ୍ଷେତ୍ରରେ ଏହି ରାଜସ୍ୱ ରଥ ସହାୟକ ହେବ ବୋଲି ଆଜି ଏହି ରଥ ଉଦ୍‌ଘାଟନ ବେଳେ ଗଣମାଧ୍ୟମକୁ କହିଛନ୍ତି ଭଦ୍ରକ ତହସିଲଦାର ନବକ୍ରିଷ୍ଣ ଜେନା । ତେବେ ଏହି ରଥ ଆଜି ଭଦ୍ରକ ତହସିଲ ଅଧୀନ ପୌରାଞ୍ଚଳ ଓ ଗ୍ରାମାଞ୍ଚଳର ଅନେକ ସ୍ଥାନ ପରିଭ୍ରମଣ କରି ଲୋକଙ୍କୁ ସେବା ଯୋଗାଇଛି । ଆଜି ଏହି ରଥ ଉଦ୍‌ଘାଟନ କାଳରେ ଭଦ୍ରକ ସଦର ରାଜସ୍ୱ ନିରୀକ୍ଷକ ରଂଜିତ ଦାସ, ରାନ୍ଦିଆ ରାଜସ୍ୱ ନିରୀକ୍ଷକ ଧୀରେନ୍ଦ୍ର ସିଂ, ତହସିଲ ଅଫିସ୍ କର୍ମଚାରୀ ବାସୁଦେବ ପଣ୍ଡା ଓ ଆକ୍ରମ ଅଲ୍ଲୀ ଖାଁ ପ୍ରମୁଖ ଉପସ୍ଥିତ ଥିଲେ ।