Odiapua.com

ଭଦ୍ରକରେ ଆକ୍ରାନ୍ତ ୧, ସୁସ୍ଥ ୨, ମୋଟ ସଂଖ୍ୟା ୨୯୭

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଳାରେ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଆଜି ସୁଦ୍ଧା ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭ରେ ପହଞ୍ଚିଛି । ସୁସ୍ଥ ହୋଇଛନ୍ତି ୨୭୩ । ଏବେ ମୋଟ ଆକ୍ଟିଭ କେଶ ଭାବେ ୨୩ଜଣ ଚିକିତ୍ସିତ ଅଛନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରୁ ମୋଟ ୧୨ ହଜାର ୪୩୦ ନମୁନା ଟେଷ୍ଟ ହୋଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସ ଚିହ୍ନଟ କ୍ୱାରେଣ୍ଟାଇନ ସେଣ୍ଟର ରହିଥିବା ଚାନ୍ଦବାଲି ବ୍ଲକର ବେଗୁନିଆ ଗ୍ରାମକୁ କଣ୍ଟେନମେଣ୍ଟଜୋନ ଓ ବିଜୟନଗର ପଞ୍ଚାୟତକୁ ବଫରଜୋନ ଘୋଷଣା କରିଛନ୍ତି । ଏହାଛଡା ଆଜି ୨ଟି ଅଞ୍ଚଳରୁ କଣ୍ଟେନମେଣ୍ଟ ଓ ବଫରଜୋନ କଟକଣା ପ୍ରତ୍ୟାହୃତ ହୋଇଛି । ଭଣ୍ଡାରିପୋଖରୀ ବ୍ଲକର ବିଜୟ ଗୋବିନ୍ଦ ହାଇସ୍କୁଲ ଓ ଭଦ୍ରକ ବ୍ଲକର ବରପଦା ଗ୍ରାମ କଣ୍ଟେନମେଣ୍ଟ କଟକଣା ମୁକ୍ତ ହୋଇଥିବା ବେଳେ କୁରିଗାଁ ପଞ୍ଚାୟତ ଓ ଦୈସିଂ ପଞ୍ଚାୟତ ବଫରଜୋନରୁ ମୁକ୍ତ ହୋଇଛି ।