Odiapua.com

ଭଦ୍ରକରେ ଅଟଳ ବିହାରୀ ବାଜପାୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମହାନ ଜନନାୟକ, ଓଜସ୍ୱିନୀ ବକ୍ତା, ଏକାତ୍ମବାଦରେ ବିଶ୍ୱାସ ରଖିଥିବା ର୍ପୂବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଚାରଣ ସଭା ଭଦ୍ରକ ଜିଲ୍ଳା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ସମାଜସେବୀ ତଥା ଶୁଭମ୍ ହସ୍‌ପିଟାଲର ପ୍ରତିଷ୍ଠାତା ସ୍ୱର୍ଗତ ଭାଗିରଥୀ ନାୟକଙ୍କ ସ୍ମୃତିସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା। ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ଯୋଗ ଦେଇ ଏହି ମହାନ ଜନନାୟକ ଦେଶ ଓ ଦଶ ପାଇଁ ଗର୍ବ ଓ ଗୌରବ ବୋଲି କହିଥିଲେ। ଭଦ୍ରକ ସାଂସଦ ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ ବାଜପାୟୀଙ୍କ ଭଳି ଜଣେ ଦେଶସେବକ ସମଗ୍ର ବିଶ୍ୱ ପାଇଁ ବିରଳ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରିନାରାୟଣ ଧଳ, ଜିଲ୍ଲା ସାଧାରଣ ସମ୍ପାଦକ ଶରତ ପଢିଆରୀ, ଉପସଭାପତି ତପନ ମହାନ୍ତି, ମଣ୍ଡଳ ସଭାପତି ଆଦିକନ୍ଦ ନାୟକ, ପ୍ରଭାକର ସାମଲ, ବରିଷ୍ଠ ନେତା ଶ୍ରୀହର୍ଷ ସ୍ୱାଇଁ, ।ଶୀକାନ୍ତ ବିଶ୍ୱାଳ, ଭଗବାନ ପଣ୍ଡା, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସୁରେଶ ସାମଲ, ସାଧାରଣ ସମ୍ପାଦକ ବିକାଶ ଶ୍ରେଷ୍ଠା, ମହିଳାନେତ୍ରୀ ହରପ୍ରିୟା ସାହୁ, ମମତା ବେହେରା, ଚୈତାଳୀ ଖିଲାର, ଉଷା ପାଢୀ, ନଗରମୋର୍ଚ୍ଚା ସଭାପତି ସରୋଜ ରାଉତ, ସାଧାରଣ ସମ୍ପାଦକ ଦେବାଂଶୁ ରାଉତ, ଭାଗିରଥି ମହାକୁଡ, ଶଶାଙ୍କ ଦାସ, କାମେଶ ପାତ୍ର, ଆଶିଷ ସେଠୀ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।