Odiapua.com

ଭଦ୍ରକରୁ ଚିହ୍ନଟ ହେଲେ ୬୩ ନୂତନ ଆକ୍ରାନ୍ତ

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାରୁ ଆଉ ନୂଆ ୬୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ୫୬୬ଜଣ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୮ ହଜାର ୨୬୬ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୧୨୭୧ଜଣ । ଚିହ୍ନଟ ଆକ୍ରାନ୍ତମାନେ ହେଲେ ବାସୁଦେବପୁର ବ୍ଲକର ଚୁଡାମଣି ଗ୍ରାମରୁ ଜଣେ, ଭଦ୍ରକ ବ୍ଲକର ବେନ୍ତାଳ ଗ୍ରାମରୁ ଜଣେ, ରାନ୍ଦିଆ ଗ୍ରାମରୁ ଜଣେ, ଗେଲପୁର ଗ୍ରାମରୁ ୨ଜଣ, ଗେଲଟୁଆ ଗ୍ରାମରୁ ୨ଜଣ । ଭଦ୍ରକ ପୌରପାଳିକାର ୧୧ ନଂ ୱାର୍ଡ ନୂଆବଜାରରୁ ଜଣେ, ୧୨ ନଂ ୱାର୍ଡ ବଙ୍କସାହିରୁ ୨ଜଣ, ୨୭ନଂ ୱାର୍ଡ ପୁରୁଣାବଜାରରୁ ଜଣେ, ୨୯ ନଂ ୱାର୍ଡ ଗରଦପୁରରୁ ୪ଜଣ, ୧୩ ନଂ ୱାର୍ଡ ତହସିଲରୋଡରୁ ଜଣେ, ୧୮ ନଂ ୱାର୍ଡ ପାଟଣାସାହିରୁ ଜଣେ, ୫ ନଂ ୱାର୍ଡ କଣ୍ଟାପଡାରୁ ୩ଜଣ, ୭ ନଂ ୱାର୍ଡ ଗବସାହିରୁ ଜଣେ, ୮ ନଂ ୱାର୍ଡ ବାଗୁରାଇରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଧାମନଗର ବ୍ଲକର ଅସୁରାଳିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚାନ୍ଦବାଲି ଏନ୍‌ଏସିର ୩ ନଂ ୱାର୍ଡରୁ ଜଣେ, ୧୦ ନଂ ୱାର୍ଡ ସୋମପୁରରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଭଣ୍ଡାରିପୋଖରୀ ବ୍ଳକ ବୟାଁବନାପୁର ଗ୍ରାମରୁ ୩ଜଣ, ବିଷ୍ଣୁପୁରରୁ ଜଣେ, ଦକ୍ଷିଣବାଡ ଗ୍ରାମରୁ ୨ଜଣ, ଝଟଣା ଗ୍ରାମରୁ ୨ଜଣ, ନେରଡା ଗ୍ରାମରୁ ୨ଜଣ, ସାନଶାସନ ଗ୍ରାମରୁ ଜଣେ, ବେଲଗଡ଼ିଆ ଗ୍ରାମରୁ ଜଣେ, ସରସଦାରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବନ୍ତ ବ୍ଳକର ବି.ଟି.ପୁରରୁ ୫ଜଣ, ଗଣିଜାଙ୍ଗରୁ ୨ଜଣ, ଓଡଙ୍ଗ ସବରା ଗ୍ରାମରୁ ୨ଜଣ, ଗୋବିନ୍ଦପୁରରୁ ଜଣେ, ହରିପୁରରୁ ଜଣେ, ଅଣିଜୋ ଗ୍ରାମରୁ ଜଣେ, ଗୋପିନାଥପୁର ଗ୍ରାମରୁ ୬ଜଣ ଓ ପୁରୁଷଣ୍ଢ ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ବ୍ଲକର ବିଜୟନଗରରୁ ଜଣେ ଚିହ୍ନଟ ହୋଇଥିବା ବେଳେ ତିହିଡ଼ି ବ୍ଳକ ପାଳିଆବିନ୍ଧା ଗ୍ରାମରୁ ଜଣେ, ସାହାପୁର ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ଭାବେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି ।