ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲାରୁ ଆଉ ୫୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୯ହଜାର ୬୧୮ । ସେହିପରି ଜିଲ୍ଲାରେ ସୁସ୍ଥ ହୋଇ ସାରିଛନ୍ତି ୮ହଜାର ୩୫୨ । ଚିହ୍ନଟ ଆକ୍ରାନ୍ତମାନେ ହେଲେ ଭଦ୍ରକ ବ୍ଲକର ଏରେଇଁ ପଞ୍ଚାୟତର ପଥରଆଡି ଗ୍ରାମରୁ ଜଣେ, କାଉପୁର ପଞ୍ଚାୟତର ଚଢେୟା ଗ୍ରାମରୁ ଜଣେ, ଗେଲପୁର ପଞ୍ଚାୟତର ସାମରାଇପୁର ଗ୍ରାମରୁ ଜଣେ,ଅର୍ଣ୍ଣପାଳ ପଞ୍ଚାୟତ ଅର୍ଣ୍ଣପାଳ ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଭଦ୍ରକ ପୌରପାଳିକାର ୧୦ ନଂ ୱାର୍ଡ ଜଗନ୍ନାଥପୁର ଗ୍ରାମରୁ ୨ଜଣ, ୧୪ ନଂ ୱାର୍ଡ ବଙ୍କସାହିରୁ ଜଣେ, ୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧାରୁ ୨ଜଣ, ୨୩ ନଂ ୱାର୍ଡ ପୁରୁଣାବଜାରରୁ ୨ଜଣ, ୬ ନଂ ୱାର୍ଡ ବାଇପାସ୍ରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଧାମନଗର ବ୍ଲକର ଅସୁରାଳି ପଞ୍ଚାୟତର ଷେଣ୍ଢପୁର ଗ୍ରାମରୁ ଜଣେ, ଆନନ୍ଦପୁର ପଞ୍ଚାୟତର ଆନନ୍ଦପୁର ଗ୍ରାମରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଭୁତିଆ ଗ୍ରାମରୁ ଜଣେ, ନିର୍ଗୁଣ୍ଡି ପଞ୍ଚାୟତ ନିର୍ଗୁଣ୍ଡି ଗ୍ରାମରୁ ଜଣେ, ନେରଡା ପଞ୍ଚାୟତ ଡାହାଲା ଗ୍ରାମରୁ ଜଣେ, ରାଜେନ୍ଦ୍ରପୁର ପଞ୍ଚାୟତ ମେଘା ଗ୍ରାମରୁ ଜଣେ, ଜଳମଣ୍ଡୁଆ ପଞ୍ଚାୟତ ମଙ୍ଗୁଳିଆସାହିରୁ ଜଣେ, ବାଲିପୋଖରୀ ପଞ୍ଚାୟତ ବାଲିପୋଖରୀ ଗ୍ରାମରୁ ଜଣେ, ନପଙ୍ଗ ପଞ୍ଚାୟତ ନପଙ୍ଗ ଗ୍ରାମରୁ ୨ଜଣ ଚିହ୍ନଟ ହୋଇଛନ୍ତି । ବନ୍ତ ବ୍ଲକର ଗଣିଜାଙ୍ଗ ପଞ୍ଚାୟତର ଗଣିଜାଙ୍ଗ ଗ୍ରାମରୁ ଜଣେ, ରାମଚନ୍ଦ୍ରପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମରୁ ୩ଜଣ, ବଡମହିଷିଗୋଠ ପଞ୍ଚାୟତ ହରିପୁର ଗ୍ରାମରୁ ୩ଜଣ, ମହାନ୍ତିପଡା ପଞ୍ଚାୟତ ମହାନ୍ତିପଡା ଗ୍ରାମରୁ ଜଣେ, ନିଳୋକ ପଞ୍ଚାୟତ ପଦିଆପଡ଼ା ଗ୍ରାମରୁ ଜଣେ, ତୋଡଙ୍ଗା ପଞ୍ଚାୟତରୁ ତୋଡଙ୍ଗା ଗ୍ରାମରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଚାନ୍ଦବାଲି ବ୍ଲକର ବାଂଶଡା ପଞ୍ଚାୟତ ବାଂଶଡା ଗ୍ରାମରୁ ୩ଜଣ, ଭାଟପଡ଼ା ପଞ୍ଚାୟତ ଭାଟପଡ଼ା ଗ୍ରାମରୁ ୨ଜଣ, ଭୁଇଁବୃତ୍ତି ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମରୁ ଜଣେ, ଧାମରା ପଞ୍ଚାୟତର ଧାମରା ଗ୍ରାମରୁ ଜଣେ, ଯଶିପୁର ପଞ୍ଚାୟତର ଶୁଭଦିଆ ଗ୍ରାମରୁ ୩ଜଣ, ଗୋରାସାହି ପଞ୍ଚାୟତର ଜଣେ, ତେନ୍ତୁଲିଡିହି ପଞ୍ଚାୟତର ତେନ୍ତୁଲିଡିହି ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲା ଖଇରାରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।