Odiapua.com

ଭଦ୍ରକରୁ ଚିହ୍ନଟ ହେଲେ ୧୫୧ ନୂଆ ଆକ୍ରାନ୍ତ

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରୁ ଆଉ ୧୫୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୪ହଜାର ୩୮୮ । ସୁସ୍ଥ ହୋଇସାରିଛନ୍ତି ୧୧ହଜାର ୩୬ଜଣ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୩ହଜାର ୩୨୦ଜଣ । ନୂଆ ଯେଉଁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି ସେମାନେ ହେଲେ ଭଦ୍ରକ ବ୍ଳକର ଚରମ୍ପା ଗ୍ରାମରୁ ଜଣେ, ନଳାଙ୍ଗରୁ ୨ଜଣ, କଲେଇରୁ ୩ଜଣ, ଖଣ୍ଡତଡା ଗ୍ରାମରୁ ଜଣେ, ଅଣ୍ଢେଇପଲୀରୁ ଜଣେ, ଓ ବହୁଦରଡ଼ା ଗ୍ରାମରୁ ଜଣେ । ଭଦ୍ରକ ପୌରପାଳିକାର କୁଆଁସ ଗ୍ରାମରୁ ୩ଜଣ, ଚାରିଘରିଆରୁ ଜଣେ, ନୂଆବଜାରରୁ ୫ଜଣ, ଅପର୍ତ୍ତିବିନ୍ଧାରୁ ୨ଜଣ, ମୀର୍ଜାପୁରରୁ ଜଣେ, ବାଙ୍କାବଜାରରୁ ଜଣେ, ବାଗୁରାଇରୁ ଜଣେ । ବାସୁଦେବପୁର ପୌରପାଳିକାର ୮ନଂ ୱାର୍ଡରୁ ୨ଜଣ ଓ ୧୯ ନଂ ୱାର୍ଡରୁ ଜଣେ । ଚାନ୍ଦବାଲି ଏନ୍‌ଏସିର ୭ ନଂ ୱାର୍ଡରୁ ଜଣେ । ବନ୍ତ ବ୍ଳକର କୁମ୍ଭକରାଳ ଗ୍ରାମରୁ ୪ଜଣ, ଟିକିରା ଗ୍ରାମରୁ ଜଣେ, ଚାରିଗାଁ ଗ୍ରାମରୁ ୩୧ଜଣ, ରତନପୁର ଗ୍ରାମରୁ ଜଣେ, ଓଲଙ୍ଗ ଗ୍ରାମରୁ ଜଣେ, ଗୋହିରା ଗ୍ରାମରୁ ଜଣେ ଓ ତେଲିସାହିରୁ ୪ଜଣ । ବାସୁଦେବପୁର ବ୍ଳକର ପଢୁଆଁ ଗ୍ରାମରୁ ୨ଜଣ, ବଚ୍ଛଦା ଗ୍ରାମରୁ ଜଣେ ଓ ମୀର୍ଜାପୁର ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ଚାନ୍ଦବାଲି ବ୍ଳକର ଭାଟପଡ଼ା ଗ୍ରାମରୁ ଜଣେ, ନୂଆଗାଁରୁ ଜଣେ, ବିରିଆପଡାରୁ ଜଣେ, ଧାମରାରୁ ଜଣେ, କୃଷ୍ଣପୁରରୁ ଜଣେ, ରାମପୁରରୁ ଜଣେ ଓ ଉତୁକୁଡା ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଧାମନଗର ଏନ୍‌ଏସିର୧୧ ନଂ ୱାର୍ଡରୁ ଜଣେ ଓ ୨ନଂ ୱାର୍ଡରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଭଣ୍ଡାରିପୋଖରୀ ବ୍ଳକର ବାଲିପୋଖରୀ ଗ୍ରାମରୁ ଜଣେ, ନାଆମୀରୁ ଜଣେ, ନଗୁଆଁରୁ ଜଣେ, ରହଣିଆରୁ ୧୨ଜଣ, ସରସଦାରୁ ୪ଜଣ, ତେସିଙ୍ଗାରୁ ଜଣେ । ଧାମନଗର ବ୍ଳକର ଅର୍ଜୁନପୁରରୁଜଣେ, ଶ୍ରୀରାମପୁରରୁ ଜଣେ, କଲ୍ରାଣୀରୁ ୩ଜଣ, ଷୋଳଗାଁରୁ ୫ଜଣ, ଚୁଡାକୁଟିରୁ ଜଣେ ଓ ଖପରପଦାରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୦ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସା ହେବା ସମୟରେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରୁ ୪ଜଣ ଚିହ୍ନଟ ହୋଇଛନ୍ତି ।