ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାରୁ ମୋଟ ୧୩ ଆକ୍ରାନ୍ତ ନୂତନ ଭାବେ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୭ହଜାର ୧୦୫ । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୬ ହଜାର ୯୬୩ । ଅନ୍ୟ ପକ୍ଷରେ ମୃତ୍ୟୁ ସଂଖ୍ୟାରେ ଆଉ ଜଣଙ୍କ ମୃତ୍ୟୁ ପରେ ମୋଟ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ଏବେ ୧୧୯ଜଣ ଆକ୍ରାନ୍ତ ସକ୍ରିୟ ରହି ଚିକିତ୍ସିତ ହେଉଛନ୍ତି । ଆଜି ସୁଦ୍ଧା ମୋଟ ୧ ଲକ୍ଷ ୫୬ ହଜାର ୬୨୯ଜଣଙ୍କ ନମୁନା ପରୀକ୍ଷା ହୋଇଛି । ନୂତନ ଚିହ୍ନଟ ଆକ୍ରାନ୍ତମାନେ ବାସୁଦେବପୁର ବ୍ଳକର ଚୁଡାମଣି ପଞ୍ଚାୟତରୁ ଜଣେ, କୁମାରପୁର ପଞ୍ଚାୟତରୁ ଜଣେ, ବିଦେଇପୁର ପଞ୍ଚାୟତରୁ ଜଣେ, ବାଟି ପଞ୍ଚାୟତରୁ ଜଣେ, ବାସୁଦେବପୁର ପୌରପାଳିକାର ୭ ନଂ ୱାର୍ଡ, ୧୩ ନଂ ୱାର୍ଡ ମାଟିପକା ଅଞ୍ଚଳରୁ ଜଣେ ଜଣେ, ଭଦ୍ରକ ପୌରପାଳିକାର ୧୮ ନଂ ୱାର୍ଡରୁ ଜଣେ, ଭଣ୍ଡାରିପୋଖରୀ ବ୍ଳକର ଷୋଳମପୁର ପଞ୍ଚାୟତ, ବିଲଘାଇ ଓ ନିର୍ଗୁଣ୍ଡି ପଞ୍ଚାୟତରୁ ଜଣେ ଜଣେ, ବନ୍ତ ବ୍ଲକର ଅଣିଜୋ ପଞ୍ଚାୟତରୁ ଜଣେ, ଅନ୍ୟ ଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।