ହାଟଡିହି- ୧୩ / ୧୧ : (ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ଝଣଝଣା ଗ୍ରାମର ସୁମି ହୋ ନାମକ ଜଣେ ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ହୋଇ ନାନା ଦୁଖଃକଷ୍ଟରେ କାଳାତିପାତ କରୁଛନ୍ତି । ବୟସ ତାଙ୍କର ୭୫ଅତିକ୍ରମ କରିଥିବା ବେଳେ ଘରେ ତାଙ୍କର କେହି ନାହାନ୍ତି । ସରକାର ଗରିବ ବୃଦ୍ଧ ବୃଦ୍ଧା ମାନଙ୍କ ପାଇଁ ନାନା ଯୋଜନା କାର୍ୟ୍ୟକାରୀ କରିଥିବାବେଳେ ସୁମି ଭତ୍ତାଟିଏ ପାଇବା ପାଇଁ ବାରମ୍ବାର ବ୍ଲକକୁ ଦୌଡି େଦୌଡି ନୟାନ୍ତ ହୋଇପଡିଲେଣି । ନୁଆ ଭତ୍ତା ସାଂକ୍ସନ ନଥିବାରୁ ଓ ପଞ୍ଚାୟତରେ ଭେକେନସି ନଥିବାରୁ ତାଙ୍କୁ ଭତ୍ତା ମିଳିପାରୁ ନଥିବା ପଞ୍ଚାୟତ କର୍ତ୍ତୁପକ୍ଷ କହିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ସୁମିଙ୍କୁ ଭତ୍ତା ଖଣ୍ଡିଏ ଯୋଗାଇ ଦେବାକୁ ବିଜେପି ନେତା ଆଲୋକ ସେଠୀ ଦାବି କରିଛନ୍ତି ।