Odiapua.com

ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ ସୁବର୍ଣ୍ଣ ଜୟନ୍ତୀ ଲୋଗୋ ଉନ୍ମୋଚିତ

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହି ଜିଲାର ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀ ଆସନ୍ତା ୭ ଓ ୮ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ।ଏଥିପାଇଁ ସଂସଦର ଲୋଗୋ ରବିବାର ଦିନ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ପ୍ରକାଶ ମହାପାତ୍ର, ଉପସଭାପତି ଅଧ୍ୟାପକ ଅନାଦି ଚରଣ ସାହୁ,ସମ୍ପାଦକ ପବନ କୁମାର ନାୟକ,ପ୍ରାଧ୍ୟାପକ ସୁରଞ୍ଜନ ପଣ୍ଡା, କବି ରତିକାନ୍ତ ବେହେରା, ଅଧ୍ୟାପିକା ଯୋଗ୍ୟଶ୍ରୀ ସାମଲ ,ବିରଂଚି ନାରାୟଣ ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।ଏହି ଅବସରରେ ଆଲୋଚନା ଚକ୍ର, କବିତା ପାଠୋତ୍ସବ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏଥିରେ ଅନେକ ସୁନାମଧନ୍ୟ ସାହିତ୍ୟିକ ଯୋଗ ଦେବେ।ଏଥି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।