Odiapua.com

ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ଶାରଦୀୟ ଆସର

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାହିତ୍ୟ ମାନବିକ ଚେତନା ସୃଷ୍ଟି କରେ । ଜୀବନ ଓ ସମାଜକୁ ସାହିତ୍ୟ ରାହା ଦେଖାଇଥାଏ ବୋଲି ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ଶାରଦୀୟ ଆସରରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଶାରଦା ବିଦ୍ୟାମନ୍ଦିର ପରିସରରେ ମହାନବମୀ ଅବସରରେ ଅନୁଷ୍ଠିତ ଏହି ଶାରଦୀୟ ଆସର କାର୍ଯ୍ୟକ୍ରମକୁ ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡାକ୍ତର କ୍ଷୀରୋଦ କୁମାର ସାମଲ ଉଦ୍‌ଘାଟନ କରିଥିଲେ । ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ପ୍ରକାଶ ମହାପାତ୍ରଙ୍କ ସଂଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବାଲେଶ୍ୱର ଜିଲାପାଳ ରମେଶ କୁମାର ରାଉତ, ଧାମନଗର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସୁରଞ୍ଜନ ପଣ୍ଡା, ସଂସଦର ସଭାପତି ତଥା ପାରାଦ୍ୱୀପ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସୁରେନ୍ଦ୍ର ମୋହନ ମିଶ୍ର, ସାହିତ୍ୟିକ ରତିକାନ୍ତ ବେହେରା, ଅବସରପ୍ରାପ୍ତ ପ୍ରାଧ୍ୟାପକ ମନୋଜ କୁମାର ରାଉତ, ଅତିଥି ଓ ବକ୍ତା ଭାବେ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଓ ଶାରଦୀୟ ଉତ୍ସବ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସଂଜୟ ନନ୍ଦ ଓ ପ୍ରୀତିପଦ୍ମା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମୁରଲୀଧର ଦାସ, ପ୍ରାଣକୃଷ୍ଣ ସାହୁ,ରତ୍ନମଂଜରୀ ପଣ୍ଡା, ଗୁରୁଚରଣ ସାହୁ, ଜୟଦେବ ସେନାପତି, ଜଗନ୍ନାଥ ସାମଲ, ଭରତ କରଣ, ଗୋଲକ ମହାନ୍ତି, ଜଗନ୍ନାଥ ପଣ୍ଡା, ବିନୋଦ ବାରିକ, ଆକାଶ ଆଦିତ୍ୟ ବେହେରା, ରୀନାରାଣୀ ପଣ୍ଡା, ରମାକାନ୍ତ ବେହେରା, ନଟବର ରାଉଳ, ଜ୍ୟୋସ୍ନାରାଣୀ ସେନାପତି, ସନ୍ତୋଷ ସାହୁ, ଉପେନ୍ଦ୍ର ପରିଡା ଓ ଚିନ୍ତାମଣି ନାୟକ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସାହିତ୍ୟ ସଂସଦର ସଂପାଦକ ପବନ କୁମାର ନାୟକ ଅତିଥି ପରିଚୟ, ଉପସଭାପତି ଅଧ୍ୟାପକ ଅନାଦି ସାହୁ ସ୍ୱାଗତ ଭାଷଣ ଓ ଗୁରୁଚରଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏବଂ ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ ଡ. ସୁରେନ୍ଦ୍ର ମୋହନ ମିଶ୍ର ଓ ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶଶିଶେଖର କରଶର୍ମାଙ୍କୁ ‘ବନ୍ଦେ ଉତ୍କଳ ସାମାଜିକ ସଂଗଠନ’ ପକ୍ଷରୁ ଆଇନ୍‌ଜୀବୀ ସୁଧାଂଶୁ ଶେଖର ନାୟକଙ୍କ ସଂଯୋଜନାରେ ଅତିଥିମାନେ ସମ୍ବର୍ଦ୍ଧନା ଜଣାଇଥିଲେ ।