Odiapua.com

ଭଣ୍ଡାରିପୋଖରୀ : ଲୋକକଳା ଦିବସ ପାଳିତ

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଶୁକ୍ରବାର ଦିନ ‘ଲୋକକଳା ଦିବସ’ ପାଳିତ କରାଯାଇଛି।ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର କଳାକାର ମାନେ ଯୋଗଦେଇ ଲୋକକଳା ପାଲା ପରିବେଷଣ କରିଥିଲେ। ବିଡିଓ ଦେବଦତ ଦାସ, ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସରପଂଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ।ଏହି ଅବସରରେ କଳାକାର ଓ ପାଲାଗାୟକମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।