Odiapua.com

ଭଣ୍ଡାରିପୋଖରୀ – ଯୁବ ଭୋଟସଂଖ୍ୟା ବୃଦ୍ଧି ପାଇଁ ‘ମୁ ବି ମିତା’ କର୍ମଶାଳା

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ସମ୍ମିଳନୀ କକ୍ଷରେ ‘ମୁଁ ବି ମିତା’ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନରେ ଯୁବ ଭୋଟରଙ୍କ ଅଂଶଗ୍ରହଣକୁ ପ୍ରେତ୍ସାହିତ କରିବା ଲକ୍ଷ୍ୟରେ ଏହି କର୍ମଶାଳା ବିଡିଓ ଦେବଦତ୍ତ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ନାଆମୀ ମହାବିଦ୍ୟାଳୟ, ବାରିକପୁର ଡିଗ୍ରୀ ମହାବିଦ୍ୟାଳୟ, ବାରିକପୁର ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ, ଭଣ୍ଡାରିପୋଖରୀ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ଓ ନୟନମଣି ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରୁ ଚୟନ ହୋଇଥିବା ସ୍ୱଳ୍ପସଂଖ୍ୟକ ଛାତ୍ରୀମାନେ ଯୁବ ଭୋଟରଙ୍କୁ ନିର୍ବାଚନ ପର୍ବରେ ଅଂଶଗ୍ରହଣ ପାଇଁ ଆକୃଷ୍ଟ କରିବା ଲକ୍ଷ୍ୟରେ କର୍ମଶାଳାରେ ପ୍ରଶିକ୍ଷଣପ୍ରାପ୍ତ ହୋଇଥିଲେ । ସମ୍ବଳ ବ୍ୟକ୍ତିତ୍ୱ ତଥା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ ସାହୁ ନିର୍ବାଚନରେ ଅଂଶଗ୍ରହଣ ଭଳି ଜାତୀୟ ଦାଇତ୍ୱ ପାଳନ ସହ ଉତ୍ତମ ବିଚାର ସମ୍ପନ୍ନ ଜନପ୍ରତିନିଧି ଚୟନ କରି ରାଷ୍ଟ୍ର ନିର୍ମାଣରେ ଯୁବବର୍ଗ ଅଧିକ ରୁ ଅଧିକ ସକ୍ରିୟ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଛାତ୍ରୀ ପ୍ରଚାର ଅଭିଯାନ ଚଳାଇ ଯୁବବର୍ଗଙ୍କୁ ଏଥିପାଇଁ ପ୍ରେତ୍ସାହିତ କରିବେ ବୋଲି କର୍ମଶାଳାରେ ଆଶା ପ୍ରକାଶ ପାଇଥିଲା । ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ଜଣେ ଜଣେ ପ୍ରଚାରକ ଭାବେ କାର୍ଯ୍ୟକରିବାକୁ ସଙ୍କଳ୍ପ କରିଥିଲେ ।