ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହୋତ୍ସବ ମାଧ୍ୟମରେ କେବଳ ମନୋରଞ୍ଜନ ନୁହେଁ ସାମାଜିକ ଦାୟିତ୍ୱବୋଧ ଓ ଆଂଚଳିକ ଆତ୍ମୀୟତା ବୃଦ୍ଧି ପାଇଥାଏ ବୋଲି ଭଣ୍ଡାରିପୋଖରୀ ମହୋତ୍ସବର ଉଦଘାଟନ କାର୍ଯ୍ୟକ୍ରମରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।ସ୍ଥାନୀୟ ଚନ୍ଦ୍ରଭାନୁପୁର ପଡ଼ିଆରେ ଦ୍ୱିତୀୟ ବାର୍ଷିକ ଭଣ୍ଡାରିପୋଖରୀ ମହୋତ୍ସବ ଉଦଘାଟିତ ହୋଇଯାଇଛି।ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଉତ୍ସବ ଉଦଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ସୁଧାକର ନନ୍ଦ, ସଞ୍ଜୀବ କୁମାର ପରିଡ଼ା, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ,ଅତିରିକ୍ତ ତହସିଲଦାର ନିହାର ରଂଜନ ମଲ୍ଲିକ ଅତିଥି ଓ ବକ୍ତା ଭାବେ ଯୋଗ ଦେଇଥିଲେ।ଗୋଲକ ଚନ୍ଦ୍ର ବେହେରା ସମ୍ପାଦକୀୟ ବିବରଣୀ, ପବନ କୁମାର ନାୟକ ଅତିଥି ପରିଚୟ, ଅଧ୍ୟାପକ ଭରତ କରଣ ଉଦ୍ଦେଶ୍ୟ ଜ୍ଞାପନ ଓ ବିଜୟଶଙ୍କର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।ଶାରଦା ବିଦ୍ୟାମନ୍ଦିର ଓ ଭଣ୍ଡାରିପୋଖରୀ କଲଚରାଲ ଏକାଡେମୀର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ।ଏଥି ସହିତ ଆମନ୍ତ୍ରିତ କଳାକାରମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ।