Odiapua.com

ଭଣ୍ଡାରିପୋଖରୀ – ଭାରତ ବନ୍ଦର ମିଶ୍ର ପ୍ରଭାବ

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭାରତ ବନ୍ଦ ଡାକରା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ମିଶ୍ର ପ୍ରଭାବ ଅନୁଭୂତ ହୋଇଛି । ଗୁରୁବାର ଭାରତ ସରକାରଙ୍କ ନୂତନ କୃଷି ଆଇନ, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ, ଶ୍ରମ ଆଇନର ସଂଶୋଧନକୁ ବିରୋଧ କରି ଦଶଟି ଟ୍ରେଡ ୟୁନ୍ରିନ ପକ୍ଷରୁ ଓ କଂଗ୍ରେସ ଏବଂ ବାମଦଳଗୁଡିକର ସମର୍ଥନରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ବିଭିନ୍ନ ବ୍ୟାଙ୍କ, ବ୍ଲକ, ତହସିଲ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ଭଣ୍ଡାରିପୋଖରୀରେ କାଁ ଭାଁ ଦୋକାନ ଖୋଲା ରହିଥିବା ବେଳେ ମଞ୍ଜୁରୀରୋଡ ବଜାରରେ ଆଦୌ ବନ୍ଦ ହୋଇନଥିଲା । ବାରିକପୁର, ମାଳଦା, ଆଖୁଆପଦା, ମାଳଦା, ଛଞ୍ଛିଣା ଆଦି ବଜାର ଖୋଲା ରହିଥିଲା । ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା । ଭଣ୍ଡାରିପୋଖରୀ ବଜାରରେ ଚାଷୀ ମୁଲିଆ ସଂଘ ପକ୍ଷରୁ ଧରଣୀଧର ଜେନା, ରତ୍ନାକର ବେହେରା, ଶରତ ଚନ୍ଦ୍ର ପଲାଇ, ଶୀମତୀ ବେହେରା, ଦଳିତ ସେବା ସଂଘ ପକ୍ଷରୁ ତରଣୀସେନ ଯେନା, ମାଧବାନନ୍ଦ ଯେନା, ମନୋଜ କୁମାର ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ପ୍ରଶାନ୍ତ କୁମାର ସାହୁ, ରମେଶ ଭାରତୀ, ନିଗମାନନ୍ଦ ଜେନା, ମନୋଜ ନାୟକ, ଯତୀନ୍ଦ୍ର ସାହୁ, ଶୁଭାଶିଷ ନାୟକ ପ୍ରମୁଖ ଧର୍ମଘଟର ନେତୃତ୍ୱ ନେଇଥିଲେ ।