Odiapua.com

ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୩’ ବୁଧବାର ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକଶିକ୍ଷାଧିକାରୀ ଅଧିର କୁମାର ତରାଇଙ୍କ ଅଧ୍ୟକ୍ଷତାରେ ବୁଧବାର ଭଣ୍ଡାରିପୋଖରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି ମହୋତ୍ôସବକୁ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରି ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ଉନ୍ମେଷ ପାଇଁ ‘ଶିଶୁ ମହୋତ୍ସବ ସୁରଭି’ ଉପାଦେୟ ବୋଲି ମତବ୍ୟକ୍ତ କରିଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଏବିଇଓ ଉମେଶ ଯେନା, ମଞ୍ଜୁଳା ନାୟକ, ପ୍ରଧାନଶିକ୍ଷକ ରତିକାନ୍ତ ବେହେରା, ବିଡିଓ ଦେବଦତ୍ତ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ସରପଞ୍ଚ ବର୍ଷାରାଣୀ ଯେନା, ସାହିତ୍ୟିକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ମାୟାଧର ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ, ଗୋଷ୍ଠୀ ଶିକ୍ଷା ସଂଯୋଜକ ଅକ୍ଷୟ କୁମାର ଯେନା ଉଦ୍ଦେଶ୍ୟଜ୍ଞାପନ କରିଥିବା ବେଳେ ଶିକ୍ଷକ ରଞ୍ଜନ କୁମାର ମହାନ୍ତି ଧନ୍ୟବାଦ ଦେଇଥ୍‌ôଲେ । ବରିଷ୍ଠ ଓ କନିଷ୍ଠ ବର୍ଗରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ, କୁଇଜ, ଚିତ୍ରାଙ୍କନ, ସୃଜନଶୀଳ ଲେଖନ, ବକ୍ତୃତା, ସଙ୍ଗୀତ, ଶ୍ରୁତଲିଖନ, ସାଂସ୍କୃତିକ କାର୍ଯ୍ୟକ୍ରମ, ମଧ୍ୟାନ ଭୋଜନ, ଚିତ୍ର ଓ ଶିଳ୍ପକଳା ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବରିଷ୍ଠ ଓ କନିଷ୍ଠ ବିଭାଗର ମୋଟ ୩୦ଜଣ ଶିଶୁ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ । ଉଦଯାପନୀ ଉତ୍ସବରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶଶିଶେଖର କରଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ବ୍ଲକର ସମସ୍ତ ସାଧାନକେନ୍ଦ୍ର ସଂଯୋଜକ, ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷାବିଭାଗ କର୍ମଚାରୀମାନେ ଶିଶୁମହୋତ୍ସବକୁ ପରିଚାଳନା କରିଥିଲେ ।