Odiapua.com

ଭଣ୍ଡାରିପୋଖରୀ – ବିଭିନ୍ନ ଶୈବପୀଠରେ ଶୀତଳଷଷ୍ଠୀ

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଶୀତଳଷଷ୍ଠୀ ଅବସରରେ ବିଭିନ୍ନ ସ୍ଥାନରେ କୋଭିଡ କଟକଣା ମଧ୍ୟରେ ହରପାର୍ବତୀ ବିବାହ ଆଜି ସମ୍ପନ୍ନ ହୋଇଛି । ଏହି ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତର ଆଦମପୁର ହରପାର୍ବତୀ ମନ୍ଦିରକୁ ବୀରପଡା ଗ୍ରାମର ନଳେଶ୍ୱର ମହାଦେବ ବରବେଶରେ ଆସିଥିଲେ । ବରପିତା ବୀରପଡା ଗ୍ରାମବାସୀ ମହେଶ୍ୱର ବେହେରା ଓ କନ୍ୟାପିତା ଭାବେ ଆଦମପୁର ଗ୍ରାମବାସୀ ପ୍ରତାପ କୁମାର ଖିଲାର ବିବାହ କାର୍ଯ୍ୟ ତୁଲାଇଥିଲେ । ପୁରୋହିତ ପିତାମ୍ବର ବେଦୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ମଦନମୋହନ ପଣ୍ଡା, ଜ୍ୟୋତିଷ ନୀଳମଣ୍ଠ ନାୟକ, ବସନ୍ତ କୁମାର ବାରିକ ପାରିଗ୍ରହଣ କାର୍ଯ୍ୟ ସମ୍ପନ୍ନ କରିଥିଲେ । ନଳେଶ୍ୱର ଯଜ୍ଞ କମିଟର ସଦସ୍ୟ ରତନ ପାରି, ରାମନାରାୟଣ ତ୍ରିପାଠୀ, ବିଜୟ ଖିଲାର, ସନ୍ତୋଷ ଭୋଇ, ନିର୍ମଳ ଜେନା, ବାବୁ ବାରିକ, ନିର୍ମଳ ଦାସ, କୃଷ୍ଣ ସାହୁ, ନିରଞ୍ଜନ ବାରିକ, ସଙ୍କିର୍ତ୍ତନ ମଣ୍ଡଳୀ ଓ ଗ୍ରାମବାସୀମାନେ ଏହି କାର୍ଯ୍ୟରେ ସହଯୋଗ କରିଥିଲେ । ଅନୁରୂପ ଏହି ବ୍ଲକର ବନ୍ଦାଳୋ ଗତେଶ୍ୱର ମହାଦେବଙ୍କ ବିବାହ ଉତ୍ସବ ମଧ୍ୟ ଆଜି କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବରବେଶରେ ଗତେଶ୍ୱର ମହାଦେବ କନ୍ୟା ଭାବେ ବନ୍ଦାଳୋ ମା’ମଙ୍ଗଳାଙ୍କ ମନ୍ଦିରକୁ ଆସିଥିଲେ । ଏହି ବିବାହ କାର୍ଯ୍ୟରେ ବରପିତା ଭାବେ ପ୍ରଦୀପ କୁମାର ଜେନା, କନ୍ୟାପିତା ଭାବେ ସ୍ଥାନୀୟ ଶ୍ରୀଅରବିନ୍ଦ ପୂର୍ଣର୍ାଙ୍ଗ ଶିକ୍ଷାକେନ୍ଦ୍ର ପ୍ରଧାନାଚାର୍ଯ୍ୟ ଚୌଧୁରୀ ଭରତ ଚନ୍ଦ୍ର ନନ୍ଦ, ପୁରୋହିତ ଭାବେ ମନୋରଞ୍ଜନ ପଣ୍ଡା, ବ୍ରଜମୋହ ମିଶ୍ର ଓ ଦଇତାରି ପତି ଦାୟିତ୍ୱ ତୁଲାଇଥିଲେ । ଯୌତୁକ ଭାବେ ପାଞ୍ଚ ଏକର ଶ୍ମଶାନ ଜମି ଓ ଦୁଇଟି ବୃଷଭ ପ୍ରଦାନ କରାଯାଇଥିଲା । ସେହିଭଳି ଏହି ବ୍ଲକର ବନ୍ଦାଳୋ-ମଢିଆଳି ପଞ୍ଚାୟତ ଅନ୍ତର୍ଗତ ଖପୁରିଆପଦା ଗ୍ରାମରେ ଦେବଦମ୍ପତ୍ତିି ହରପାର୍ବତୀ ବିଭାଘର ଆଜି ସମ୍ପନ୍ନ ହୋଇଛି । ଚନ୍ଦନେଶ୍ୱର ମହାଦେବ ବରବେଶରେ କନ୍ୟା ମା’ବୁଢୀ ଜାଗୁଳାଈ ପୀଠକୁ ଯାଇଥିଲେ । ବିବାହ କାର୍ଯ୍ୟରେ ବରପିତା ଭାବେ ଶରତ ସାହୁ ଓ କନ୍ୟାପିତା ଭାବେ ପ୍ରମୋଦ ସାହୁ, ପୁରୋହିତ ଭାବେ ଶୁକଦେବ ପଣ୍ଡା, ଧ୍ରୁବଚରଣ ପତି ପାଣିଗ୍ରହଣ ଦାଇତ୍ୱ ତୁଲାଇଥିଲେ । ବନ୍ଦାଳୋ ସରପଞ୍ଚ ପ୍ରମିଳା ସାହୁଙ୍କ ସମେତ ଗ୍ରାମବାସୀମାନେ ବିବାହ କାର୍ଯ୍ୟରେ ସହଯୋଗ କରିଥିଲେ ।