ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଶ୍ରୀରାମ ନବମୀ ଭଦ୍ରକ ଜିଲା ତମାମ ବେଶ୍ ଆନନ୍ଦ ଉଲ୍ଲାସ ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତ ବ୍ଲକ୍ ଅନ୍ତର୍ଗତ ଟିଲୋ ଗ୍ରାମ ପଂଚାୟତରେ ଏହି ଉତ୍ସବ ଜାକ ଜମକ ସହକାରେ ପାଳିତ ହୋଇଥିବାବେଳେ ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତାଙ୍କୁ ପୂଜା ମଣ୍ଡପରେ ଦର୍ଶନ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ। ସେ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମା’ ସୀତାଙ୍କ ନିକଟରେ ଜନସାଧାରଣଙ୍କ ମଙ୍ଗଳ କାମନା କରିଛନ୍ତି। ସ୍ଥାନୀୟ ଅଂଚଳର ନେତୃମଣ୍ଡଳୀ ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ।