Odiapua.com

ଭଣ୍ଡାରିପୋଖରୀ ବିଜେପିର “ମା’ ପାଇଁ ବୃକ୍ଷଟିଏ”

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ଆଜି ବିଶ୍ୱ ପରିବେଶ ଦିବସ “ମା’ପାଇଁ ଗଛଟିଏ” ପାଳିତ ହୋଇଯାଇଛି । ବନ୍ତ ବ୍ଲକ ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦଙ୍କ ଆବାହକତ୍ୱରେ ଦଳର ବିଧାନସଭା ନେତା ଡ. ସୁଧାଂଶୁ ଶେଖର ନାୟକ ତାଙ୍କ ବକ୍ତବ୍ୟରେ ୧୯୭୨ ମହିହା ଠାରୁ ଏହା ପାଳନ କରାଯାଉଥିବା ବେଳେ ସୁସ୍ଥ ବାୟୁ, ଶୁଦ୍ଧ ଜଳ ଓ ସବୁଜ ପ୍ରକୃତି ଆମ ଜୀବନର ଆଧାର । ବର୍ତମାନର ସ୍ୱଳ୍ପ ବୃଷ୍ଟିପାତ, ମରୁଡି,ଉତପ୍ତ ଜଳବାୟୁ କୁ ପ୍ରତିହତ କରିବାକୁ ଦୃଷ୍ଟିରେ ରଖି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଥିବା ବେଳେ ଦଳ ପକ୍ଷରୁ ବୃକ୍ଷ ରୋପଣ କରିବା ଓ ଏହାକୁ ବଚାଂଇ ରଖିବା ନେଇ ବ୍ୟାପକ କରିବାକୁ ସେ ମତ ପୋଷଣ କରିଥିଲେ । ଜିଲ୍ଲା ସମ୍ପାଦକ କିଶୋର କିଙ୍କର ପଢିଆରୀ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଚାରିଗାଁ ସମିତିସଭ୍ୟ ଧରଣୀଧର କର, ଆଇନଜିବୀ ମାଧବାନନ୍ଦ ଦାସ, ସୁରେନ୍ଦ୍ର କର, ମଦନମୋହନ କଟୁଆଳ, ଗୋପଳ କୃଷ୍ଣ ଦାଶ, ଅଶୋକ ପରିଡା, ଚିନ୍ମୟ ମହାପାତ୍ର ପ୍ରମୁଖ ଯୋଗଦେଇ ଏହି ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଶିବାନନ୍ଦ ଅଧିକାରୀ, ଗୌତମ ନାୟକ, ପ୍ରଫୁଲ୍ଲ ସିଂହ, ଧିବର ସାମଲ,ରାଜୀବ ଲୋଚନ ରାୟ, ପ୍ରତାପ ପଣ୍ଡା, ପ୍ରଭାତ ପଣ୍ଡା,ଅଟଳ ପଲେଇ, ଜୟକୃଷ୍ଣ ସାହୁ, ସୁବାଷ ପଣ୍ଡା, ବିଜୟ ନାଥ, ସନ୍ତୋଷ ପଣ୍ଡା, ବିଶ୍ୱବାସୀ କୁଣ୍ଡୁ, ଚିନ୍ମୟ କୁଣ୍ଡୁ, କାଳନ୍ଦୀ ଜେନା, ରମାକାନ୍ତ ବେହେରା,ସୁନନ୍ଦ ଜେନା, ପଦ୍ମଲୋଚନ ଜେନା, ଜଗନ୍ନାଥ ଦଳେଇ, ବୃନ୍ଦାବନ ନାୟକ, ସନାତନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଚାରିଗାଁ ମଙ୍ଗଳା ମନ୍ଦିର, ତେଲନଟି ସ୍କୁଲ୍‌, ଇଟୁଆ ସ୍କୁଲ ପରିସରରେ ବିଭିନ୍ନ ବୃକ୍ଷରୋପଣ କରାଯାଇଥିଲା ।