Odiapua.com

ଭଣ୍ଡାରିପୋଖରୀ ବଜାରରୁ ଜବରଦଖଲ ଉଚ୍ଛେଦ

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାର ୟୁକୋ ବ୍ୟାଙ୍କ ସମ୍ମୁଖ ଓ ପାଶ୍ୱବର୍ତ୍ତୀ ଘରଗୁଡିକୁ ଆଜି ଉଚ୍ଛେଦ କରାଯାଇଛି। ୧୬ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଆବଶ୍ୟକ ଜମି ଓ ଜବରଦଖଲ ଘରଗୁଡିକୁ ଉଚ୍ଛେଦ କରାଯିବାକୁ ତହସିଲଦାର ସରୋଜକାନ୍ତ ନାୟକଙ୍କ ନେତୃତ୍ୱରେ ଜେସିବି ସହାୟତାରେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପୁଲିସ ସୁରକ୍ଷାବଳଙ୍କ ସହାୟତାରେ ୟୁକୋ ବ୍ୟାଙ୍କ ବ୍ୟତୀତ ଅନ୍ୟ ସମସ୍ତ ସଂଲଗ୍ନ ଘରଗୁଡିକୁ ଉଚ୍ଛେଦ କରାଯାଇଛି। ପରବର୍ତ୍ତି ସମୟରେ ୟୁକୋ ବ୍ୟାଙ୍କକୁ ମଧ୍ୟ ଉଚ୍ଛେଦ କରାଯିବ ବୋଲି ତହସିଲଦାର ଶ୍ରୀ ନାୟକ ସୂଚନା ଦେଇଛନ୍ତି।