Odiapua.com

ଭଣ୍ଡାରିପୋଖରୀ – ପୋଡିହୋଇ ବୃଦ୍ଧ ଆହତ

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୋଟସିରା ଗ୍ରାମର ୬୦ ବର୍ଷର ବୃଦ୍ଧବ୍ୟକ୍ତି ଭଗବାନ ରାଉତ ଆଜି ଦିନ ପ୍ରାୟ ୨ଟା ବେଳେ ଚୁଲି ନିଆଁରେ ପୋଡି ହୋଇ ଆହତ ହୋଇଥିବା ଜଣାଯାଇଛି। ଭଗବାନ ମାନସିକ ବିକୃତ ଥାଇ କିରୋସିନି ବୋଳି ହୋଇ ଜଳନ୍ତା ଚୁଲି ନିକଟକୁ ଆସିଯିବାରୁ ଅଗ୍ନି ସଂଯୋଗ ହୋଇଥିଲା। ଫଳରେ ଭଗବାନଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ପରିବାର ଲୋକେ ଭଗବାନଙ୍କୁ ସ୍ଥାନୀୟ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭଦ୍ରକ ପଠାଇ ଦିଆଯାଇଥିଲା। ମାତ୍ର ଏହି ଘଟଣା ପଛରେ ପାରିବାରିକ କନ୍ଦଳ ରହିଥିବା ଓ ଅଗ୍ନି ସଂଯୋଗ ମନୁଷ୍ୟକୃତ ବୋଲି ଗ୍ରାମରେ ଚର୍ଚ୍ଚା ହେଉଛି।