ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତାର ସର୍ତ୍ତାନାଳ ସେତୁ କାର୍ଯ୍ୟ ପାଇଁ ବୈତରଣୀ ନଦୀରୁ ଅଣାଯାଇଥିବା ବାଲିରୁ ଏକ ପ୍ରସ୍ତରରେ ଖୋଦେଇ ହୋଇଥିବା ମୂର୍ତ୍ତି ମିଳିଛି । ଏହି ପ୍ରସ୍ତରର ମଧ୍ୟ ଭାଗରେ ଏକଫୁଟ ଉଚ୍ଚତାର ଗୋଟିଏ ମୂର୍ତ୍ତି ସହ ପାଶ୍ୱର୍ମୂର୍ତ୍ତି ଖୋଦେଇ ହୋଇଛି । ଏହା ମଧ୍ୟଯୁଗର ମୂର୍ତ୍ତି ବୋଲି ଐତିହାସିକମାନେ ମତ ଦେଇଛନ୍ତି । ପ୍ରସ୍ତର ଉଦ୍ଧାର ହେବା ପରେ ସ୍ଥାନୀୟ ଲୋକେ ପ୍ରସ୍ତାବିତ ଶିବ ମନ୍ଦିର ସମ୍ମୁଖରେ ରଖି ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି ।