Odiapua.com

ଭଣ୍ଡାରିପୋଖରୀ : ଜଳିଗଲା ଦୋକାନ ଘର

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ପୁରିପଡା ଛକ ନିକଟରେ ଥିବା ଦୋକାନ ଘର ଗତ ଗୁରୁବାର ବିଳମ୍ବିତ ରାତ୍ରରେ ଜଳିଯାଇଛି । ରାତ୍ର ପ୍ରାୟ ୩ଟା ସମୟରେ ବିଜୟ କୁମାର ରାଉତଙ୍କ ଦୋକାନ ଘର ଜଳୁଥିବା ପଡୋଶୀମାନେ ଶୌଚପାଇଁ ଉଠିଥିବା ବେଳେ ଦେଖିଥିଲେ । ଖବର ପାଇ ଭଣ୍ଡାରିପୋଖରୀରୁ ଦମକଳବାହିନୀ ଆସି ଅଗ୍ନିକୁ ଆୟତ୍ତ କରିଥିଲେ । ବିଦ୍ୟୁତ ସର୍ଟସର୍କିଟ ହିଁ ଅଗ୍ନିକାଣ୍ଡର କାରଣ ବୋଲି ଦର୍ଶାଯାଇଛି । ଏହି ଅଗ୍ନିକାଣ୍ଡରେ ଜଳଖିଆ ପ୍ରସ୍ତୁତି ସାମଗ୍ରୀ ସହ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଜଳିଯାଇଛି । ଗୋଟିଏ ଗ୍ୟାସ ସିଲିଣ୍ଡର ଫାଟିଯାଇଥିବା ବେଳେ ଅନ୍ୟ ଦୁଇଟି ପୋଡି ଯାଇଛି । ଅଗ୍ନିକାଣ୍ଡରେ ପ୍ରାୟ ପଚାଶ ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।