ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଳକ କଂଗ୍ରେସ ପକ୍ଷରୁ ସୋମବାର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ୍ୟାରେ ସମ୍ପୁର୍ଣ୍ଣର୍ ଗୃହ ଭାଙ୍ଗିଯାଇଥିବା ପରିବାରକୁ ଆବାସଗୃହ ଯୋଗାଣ, ଆଂଶିକ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯବା, ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ହେକ୍ଟର ପିଛା ୩୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ, ମାଗଣାରେ ବିହନ ଓ ସାର ଯୋଗାଇ ଦିଆଯିବା ସହ କୃଷିଋଣ ଛାଡ କରିବା, ଜିଲ୍ଲାର ପାଣି ପଂଚାୟତଗୁଡିକୁ ଧାନକ୍ରୟ ପାଇଁ କୃଷକ ପଞ୍ଜିକରଣ ସୁଯୋଗ ପ୍ରଦାନ କରାଯିବା, ବିନା ଏଗ୍ରୀଷ୍ଟାକରେ କୃଷକ ପଞ୍ଜିକରଣ କରିବା ଓ ପଞ୍ଜିକରଣ ଅବଧି ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା, ବନ୍ୟାରେ କ୍ଷତିଗ୍ରସ୍ତ ଦୁର୍ବଳ ନଦୀବନ୍ଧ ଓ କେନାଲ ମରାମତି କରିବା ଆଦି ଦାବି ଅନ୍ତର୍ଭୁକ୍ତ। କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବ୍ଲକ କଂଗ୍ରେସ ସଭାପତି ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ରଜନୀକାନ୍ତ ଚନ୍ଦ, ପ୍ରଶାନ୍ତ ସାହୁ, ବିଜୟ ଶଙ୍କର ମହାନ୍ତି, ଅକ୍ଷୟ କୁମାର ତ୍ରିପାଠୀ, ବିଜୟ ସ୍ୱାଇଁ, ସୁବୋଧ ସାମଲ, ଗୋଲକ ଚନ୍ଦ୍ର ବେହେରା, ନାରାୟଣ ବେହେରା, ବିଜୟ ଭାସ୍କର ସାମଲ, ପର୍ଶୁରାମ ସେନାପତି ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।