Odiapua.com

ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନରେ ଶ୍ରୀଗଣେଶ ପୂଜା

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀରେ ଶ୍ରୀଗଣେଶଙ୍କ ପୂଜା ବୁଧବାର ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ପାଳନ ହୋଇଛି। ବିଦ୍ୟାଳୟ, ମହାବିଦ୍ୟାଳୟ, କ୍ଲବ, ସରକାରୀ ବେସରକାରୀ କାର୍ଯ୍ୟାଳୟ ସମେତ ବ୍ୟକ୍ତିଗତ ଗୃହ, ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ଶ୍ରୀଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଛି। ଶାରଦା ବିଦ୍ୟାମନ୍ଦିରରେ ଗଣେଶ ପୂଜା ପ୍ରଧାନଗୁରୁଜୀ ଶରତ ଚନ୍ଦ୍ର ମହାପାତ୍ର ପରିଚାଳନାରେ ଅନୁଷ୍ଠିତ ହୋଇଥିଲା। ଶରଦା ବିଦ୍ୟାମନ୍ଦିର ମଞ୍ଜୁରୀ ଶାଖା ପକ୍ଷରୁ ନିର୍ମଳ ଚନ୍ଦ୍ର ସେନାପତି ଓ ଷୋଳମପୁର ସରସ୍ୱତୀ ଶିଶୁ ମନ୍ଦିରରେ ସମ୍ପାଦକ ବିଶ୍ୱମ୍ଭର ରାଉତଙ୍କ ତତ୍ତ୍ୱାଧାନରେ ଶ୍ରୀଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ନରେନ୍ଦ୍ର କୁମାର ପରିଡା ଉଚ୍ଚ ବିଦ୍ୟାପୀଠ ଆଦି ପ୍ରାୟ ପ୍ରତ୍ୟେକ ବିଦ୍ୟାଳୟରେ ବିଦ୍ୟାଧିପତି ଶ୍ରୀଗଣେଶଙ୍କ ପୂଜା ପାଳନ କରାଯାଇଛି। ବିଜୁଜନତା ଦଳ କାର୍ଯ୍ୟାଳୟରେ ମଧ୍ୟ ବିଦ୍ୟାଧିପତି ଗଣନାଥଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ଦକ୍ଷିଣବାଡ଼ ଜଗନ୍ନାଥ କ୍ଲକ, ମହତାବ ଯୁବ ପରିଷଦ, ଯୁବଶକ୍ତି କ୍ଲବ, ଭଣ୍ଡାରିପୋଖରୀ ବଜାର ଗଣେଶ କମିଟି, ପନଖା ପୂଜା କମିଟି, ଚନ୍ଦ୍ରଶେଖର କମିଟି ସମେତ ବିଭିନ୍ନ କ୍ଲବ, ଦକ୍ଷିଣବାଡ଼ ଜଗନ୍ନାଥ ଯୁବକ ସଂଘ, ରେବୋ ଜଗନ୍ନାଥ କ୍ରିକେଟ କ୍ଲବ, ଜଗନ୍ନାଥପ୍ରସାଦ ନୂଆସାହି କ୍ଳବ, ପକ୍ଷରୁ ସିଦ୍ଧିଦାତାଙ୍କ ପୂଜା କରାଯାଇଛି। ମଞ୍ଜୁରୀରୋଡ ବଜାର ପରିବା ବ୍ୟବସାୟୀ କମିଟି ଆନୁକୂଲ୍ୟରେ ୪୫ ତମ ଶ୍ରୀଗଣେଶ ପୂଜା କରାଯାଇଥିଲା। କମିଟିର ସଭାପତି ଓ ସଦସ୍ୟମାନେ ପୂଜା ପରିଚାଳନା କରିଥିଲେ। ଏହା ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବାଣିଜ୍ୟ ପ୍ରତିଷ୍ଠାନ, ସାମାଜିକ ଅନୁଷ୍ଠାନମାନଙ୍କରେ ଏହି ପାଳନ କରାଯାଇଛି।