Odiapua.com

ଭଣ୍ଡାରିପୋଖରୀରେ ସାଧାରଣତନ୍ତ୍ର ଦିବସ ପାଳିତ

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ କରାଯାଇଛି । ବ୍ଲକରେ ବିଡିଓ ବିଜୟ କୁମାର ସାହୁଙ୍କ ଉପସ୍ଥିତିରେ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ତହସିଲରେ ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ମେଡିକାଲରେ ସୁପରିନଟେଣ୍ଡେଣ୍ଟ କମଳାକାନ୍ତ ସ୍ୱାଇଁ, ଆଖୁଆପଦା ଜଳସମ୍ପଦ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା, ମଞ୍ଜୁରୀରୋଡ ଶାଳଣିଆ ଉପଖଣ୍ଡ କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ଇଂ.ପରେଶ ଦାସ, ଥାନା ପରିସର ଶହୀଦ ସ୍ମୃତିସ୍ତମ୍ଭରେ ପୁଷ୍ପାଞ୍ଜଳୀ ଅର୍ପଣ ସହ ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ଶିକ୍ଷା କାର୍ଯ୍ୟାଳୟରେ ବିଇଓ ଦୀପକ କୁମାର ପାଢ଼ୀ, ବାରିକପୁର ଜୁନିଅର କଲେଜରେ ଅଧ୍ୟକ୍ଷ ଆଦିତ୍ୟ କୁମାର ଜେନା, ଭଣ୍ଡାରିପୋଖରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ, ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରମାକାନ୍ତ ଲେଙ୍କା, ମଣିନାଥପୁର ହାଇସ୍କୁଲରେ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା, ବଳଦେବଜୀଉ ନୋଡାଲ ଉପ୍ରା ସୁଲରେ ପ୍ରଧାନଶିକ୍ଷୟତ୍ରୀ ମମିତା ମହାନ୍ତି, ବିଜେଡି କାର୍ଯ୍ୟାଳୟଠାରେ ଲକ୍ଷ୍ମୀଧର ନାୟକ, କଂଗ୍ରେସ କାର୍ଯ୍ୟାଳୟରେ ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ ପ୍ରମୁଖଙ୍କ ଉପସ୍ଥିତିରେ ଗୋଳକ ଚନ୍ଦ ବେହେରା, ବିଜେପି କାର୍ଯ୍ୟାଳୟଠାରେ ବସନ୍ତ ରାଉତ, ବାଲିପୋଖରୀ ନେତାଜୀ ଯୁବକ ସଂଘ କାର୍ଯ୍ୟାଳୟରେ ସଭାପତି ହରେକୃଷ୍ଣ ନାୟକ, ମାଳଦା ଜଗନ୍ନାଥ ବଣିକ ସଂଘ ପକ୍ଷରୁ ସଭାପତି କମଳାକାନ୍ତ ସାମଲ, ଜଗନ୍ନାଥପ୍ରସାଦ ଆନିକଟ ବଜାରରେ ସନ୍ତୋଷ କୁମାର ମହାପାତ୍ର, ମଞ୍ଜୁରୀରୋଡ଼ କଲଚରାଲ ଏକାଡ଼େମୀରେ କାହ୍ନୁ ଚରଣ ସାହୁ, ଭଣ୍ଡାରିପୋଖରୀ କଲ୍‌ଚରାଲ ଏକାଡେମୀରେ ଅନନ୍ତ ତ୍ରିପାଠୀ, ଦକ୍ଷିଣବାଡ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ରାଜେନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ଲକ୍ଷ୍ମୀପ୍ରିୟଦର୍ଶନୀ ଭାରତୀ, ସରସଦା ପଞ୍ଚାୟତରେ ସରପଞ୍ଚ ମଣିକାଞ୍ଜନ ସେନାପତି, ରହଣିଆ ପଞ୍ଚାୟତରେ ସରପଞ୍ଚ ଅଲିଭା ନାୟକ, ବୟାବନାପୁର ପଞ୍ଚାୟତରେ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ରାମଚନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ବିଜୟ କୁମାର ସ୍ୱାଇଁ, ରଣଜିତ ପଞ୍ଚାୟତରେ ସରପଞ୍ଚ ମନୋଜ କୁମାର ନାୟକ, ମାଳଦା ପଞ୍ଚାୟତରେ ସରପଞ୍ଚ ରିତାଞ୍ଜଳୀ ସାମଲ, ବାଲିପୋଖରୀ ପଞ୍ଚାୟତରେ ସରପଞ୍ଚ ରଞ୍ଜୁଲତା ସେଠୀ, ବନ୍ଦାଳୋ-ମଢ଼ିଆଳି ପଞ୍ଚାୟତରେ ସରପଞ୍ଚ ପ୍ରମିଳା ସାହୁ ସମବାୟ ବ୍ୟାଙ୍କରେ ଶାଖାପରିଚାଳକ ମାନସ ରଞ୍ଜନ ମହାପାତ୍ର, ଶାରଦା ବିଦ୍ୟାମନ୍ଦିରରେ ପ୍ରଧାନଶିକ୍ଷକ ଶରତଚନ୍ଦ୍ର ମହାପାତ୍ର, ଷୋଳମପୁର ସରସ୍ୱତୀ ଶିଶୁମନ୍ଦିରରେ ସମ୍ପାଦକ ବିଶ୍ୱମ୍ଭର ରାଉତ ଓ ରହଣିଆ ଶିଶୁମନ୍ଦିରରେ ପ୍ରଧାନଶିକ୍ଷକ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।