ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନେରଡା ଗ୍ରାମର ଭାସ୍କର ଚନ୍ଦ୍ର ବାରିକ(୪୬) ବେକରେ ଗାମୁଛାକୁ ରଶୀଭାବେ ବ୍ୟବହାର କରି ଆତ୍ମହତ୍ୟା କରିଥିବା ଜଣାଯାଇଛି। ଆଜି ସକାଳେ ଗ୍ରାମବାସୀମାନେ ବୈତରଣୀ ନଦୀକୂଳକୁ ଶୌଚପାଇଁ ଯାଇ ଆମ୍ବଗଛ ଡାଳରେ ଶବ ଝୁଲୁଥିବା ଦେଖିଥିଲେ। ଝୁଲୁଥିବା ଗ୍ରାମର ଭାସ୍କର ଚନ୍ଦ୍ର ବାରିକକୁ ଉଦ୍ଧାର କରି ଗ୍ରାମବାସୀମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ଭଣ୍ଡାରିପୋଖରୀ ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ଭାସ୍କରକୁ ମୃତ ଘୋଷଣା କରିବା ସହ ପତ୍ନୀଙ୍କ ସୂଚନା ଆଧାରରେ ଥାନାକୁ ରିପୋର୍ଟ କରିଥିଲେ। ପୁଲିସ ଅପମୃତ୍ୟୁ ମାମଲା ଋଜୁ କରି ଶବ ବ୍ୟବଚ୍ଛେଦ କରାଯାଇଥିଲା। ମୃତକଙ୍କର ଜମିବାଡି ଗଣ୍ଡଗୋଳ ରହିଥିଲା। ଏହି କାରଣରୁ ଭାସ୍କର ଆତ୍ମହତ୍ୟା କରିଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।