Odiapua.com

ଭଣ୍ଡାରିପୋଖରୀରେ ମିଳିତ ଜନ ଶୁଣାଣି

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଠାରେ ଆଜି ଯୁକ୍ତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣିରେ ମୋଟ ୧୧୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରୁ ୭୦ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୩୮ଟି ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ରହିଥିଲା। ଶୁଣାଣି ସମୟରେ ୩୩ଟି ଅଭିଯୋଗର ସ୍ଥଳୀୟ ସମାଧାନ କରାଯାଇଥିଲା। ରେଡ୍‌କ୍ରସ ମାଧ୍ୟମରେ ୯ଜଣ ଅଭିଯୋଗକାରୀଙ୍କୁ ସହାୟତା ଦିଆଯାଇଥିଲା। ଏଥି ସହିତ ଡିଆରସିଏଫ ତରଫରୁ ୯ଜଣଙ୍କ ପକ୍ଷରେ ମୋଟ ୨୮,୦୦୦/- ଟଙ୍କା ମଞ୍ଜୁର କରାଯାଇଛି। ଏହି ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଉପସ୍ଥିତ ଥିବାବେଳେ ଜିଲ୍ଲା ପୁଲିସ ଅଧିକ୍ଷକ ମଧ୍ୟ ଉପସ୍ଥିତ ଥିଲେ।