Odiapua.com

ଭଣ୍ଡାରିପୋଖରୀରେ ଭାରତ ବନ୍ଦର ମିଶ୍ର ପ୍ରଭାବ

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ସର୍ବ ଭାରତୀୟ ମିଳିତ କୃଷକ ସଙ୍ଗଠନର ଆହ୍ୱାନ କ୍ରମେ ମଙ୍ଗଳବାର ଅନୁଷ୍ଠିତ ଭାରତ ବନ୍ଦ ପ୍ରଭାବ ଭଣ୍ଡାରିପୋଖରୀରେ ଆଂଶିକ ଅନୁଭୁତ ହୋଇଛି । ବାମ ଦଳ, କଂଗ୍ରେସ ଦଳ ସମେତ ଅଠରଟି ରାଜନୈତିକ ଦଳର ସମର୍ଥନ କ୍ରମେ ଏହି ବନ୍ଦ ପାଳନ କରାଯାଇଥିଲା । ବ୍ଲକ ଅଞ୍ଚଳ ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀ ବଜାରରେ ନବନିର୍ମାଣ କୃଷକ ସଙ୍ଗଠନ, ଚାଷୀ ମୁଲିଆ ସଙ୍ଗଠନ, କଂଗ୍ରେସ ଓ ବାମଦଳଗୁଡିକ ବନ୍ଦ ପାଳନ କରିବା ସହ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ । ନୂତନ କୃଷି ଆଇନର ଉଚ୍ଛେଦ, ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ କରିବା ଆଦି ଦାବି କରାଯାଇଥିଲା । ଏହି ସମୟରେ ରାଜପଥରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଭଣ୍ଡାରିପୋଖରୀ ବଜାରରେ ଦୋକାନବଜାର ଓ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ମଞ୍ଜୁରୀରୋଡ, ବାରିକପୁର, ଛତାବର ଆଦି ଅଞ୍ଚଳରେ ଦୋକାନ ଖୋଲା ରହିଥିଲା । କଂଗ୍ରେସ ପକ୍ଷରୁ ଯୁବନେତା ବିଜୟ ଶଙ୍କର ମହାନ୍ତି ବନ୍ଦ ପାଳନରେ ଅଂଶଗ୍ରହଣ କରିଥିଲେ । ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆର୍ତ୍ତତ୍ରାଣ ତିୱାରୀ, ଯୋଗେନ୍ଦ୍ର ନାୟକ, ନିରାକାର ମିଶ୍ର, ବସନ୍ତ ସାହୁ, ବିଜୟ ନାୟକ, ହରିଶ୍ଚନ୍ଦ୍ର ଦାଶ, ପ୍ରଦୀପ ସାମଲ, ହେମନ୍ତ ପଣ୍ଡା, ମଦନ ଗିରି, ତ୍ରୈଲୋକ୍ୟ ଦାସ, ଗୌରହରୀ ନାୟକ, ବିଶ୍ୱନାଥ ଗିରି, ହୃଷିକେଶ ଯେନା, ଭାଗବତ ସାହୁ, ନିରାକାର ଜେନା, ଅଜୟ ସାହୁ, ସନ୍ତୋଷ ଭାରତୀ, ଅମୁଲ୍ୟ ପେଡା, ଉପେନ୍ଦ୍ର ଶଙ୍ଖୁଆ, ରବିନ୍ଦ୍ର ସାହୁ, ରବିନ୍ଦ୍ର ପଣ୍ଡା, ବିବେକାନନ୍ଦ ଜେନା, କୈଳାସ ଜେନା, ରଞ୍ଜନ ଉପାଧ୍ୟାୟ, ପ୍ରଭାକର ଉପାଧ୍ୟାୟ, ସୁରେନ୍ଦ୍ର ସେଠୀ, ଭିକାରୀ ଚରଣ ରାଉତ ପ୍ରମୁଖ ବନ୍ଦ ପାଳନରେ ଅଂଶ ଗ୍ରହଣ କରିଥିଲେ । ସେହିପରି ଚାଷୀମୁଲିଆ ସଙ୍ଗଠନ ପକ୍ଷରୁ ଧରଣୀଧର ଯେନା, ରତ୍ନାକର ବେହେରା, ନିଗମାନନ୍ଦ ଯେନା, ତରଣୀସେନ ଯେନା, ମନେଜ ମହାନ୍ତି, ଶ୍ରୀମତୀ ବେହେରା, ଶରତ ପଲାଇ, ଶୁଭାଶିଷ ନାୟକ, ଅନୁଶୟା ଯେନା ପ୍ରମୁଖ ବନ୍ଦ ପାଳନରେ ଅଂଶ ଗ୍ରହଣ କରିଥିଲେ ।