ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ବିଜେଡି ପକ୍ଷରୁ ପ୍ର୍ୱାଦ ପୁରୁଷ ବିଜୁ ବାବୁଙ୍କ ୨୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ବ୍ଲକ୍କ ଛକ ସ୍ଥିତ ବିଜୁ ବାବୁଙ୍କ ପ୍ରତିର୍କ୍ତି ରେ ପୁଷ୍ପ ମାଲ୍ୟାର୍ପଣ ସହିତ ମେଡିକାଲ ଠାରେ ଅନ୍ତେବାସୀ ମାନଙ୍କୁ ଫଳ ବଂଟନ ହୋଇଥିଲା। ଏହି ଉପଲକ୍ଷେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ସାହୁ ଙ୍କ ଅଧ୍ୟକ୍ଷତାରେ ଶ୍ରାଦ୍ଧ ବାର୍ଷିକୀ ସଭା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଯୋଗ ଦେଇ ବିଜୁ ବାବୁଙ୍କ ଜୀବନ ବ୍ୟାପି ସଂଗ୍ରାମ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ବନ୍ତ ବ୍ଲକ ଅଧକ୍ଷ ମନୋରଞ୍ଜନ ଘଡ଼େଇ, ୍ୱ୍ଲକ ସଭାପତି ଲକ୍ଷ୍ମୀଧର ମହାନ୍ତି, ଜିଲ୍ଲା ପରିଷଦ ଉତ୍କଳ କେଶରୀ ମହାନ୍ତି, ବଦ୍ରୀ ନାରାୟଣ ରାଉତ ପ୍ରମୁଖ ଯୋଗଦେଇ ଓଡ଼ିଶା ପ୍ରତି ବିଜୁ ବାବୁଙ୍କ ଅବଦାନ ସମ୍ପର୍କରେ ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଂଚ ବର୍ଷା ରାଣୀ ଜେନା, ସତ୍ୟବ୍ରତ ପାଲ, ଧନେଶ୍ୱର ଖୁଂଟିଆ, ପରମାନନ୍ଦ ନାୟକ, ଯୁବ ନେତା ଲାଲା ସ୍ୱାଇଁ, ଦୀପ୍ତି ସୂର୍ଯ୍ୟ ବିଶ୍ୱାଳ, ସତ୍ୟାନନ୍ଦ ମହାପାତ୍ର, ସୁରେନ୍ଦ୍ର ପାଲ, ବିରେନ୍ଦ୍ର କୁମାର ନାୟକ,ଭ୍ୱେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଯୁବ ନେତା ଜଗତ ଜୀବନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ସରପଂଚ, ସମିତି ସଭ୍ୟ ଓ ପଂଚାୟତ ସ୍ତରୀୟ ଛାମୁଆ କର୍ମୀଙ୍କ ସହିତ ବୋହୁ ବିଜୁ ପ୍ରେମୀ ଯୋଗ ଦେଇଥିଲେ।