Odiapua.com

ଭଣ୍ଡାରିପୋଖରୀରେ ନୂତନ ନିର୍ମାଣ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ ଓ ଆଲୋଚନା

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳ ୮ ଘଟିକା ସମୟରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍‌ର ମୁଖ୍ୟ ବଜାରରେ ଏକ ନୂତନ ଯାତ୍ରୀ ବିଶ୍ରାମଗାର, ବନ୍ତ ବଜାରରୁ କେନ୍ଦୁଆପଦା ଛକ ଗୋଲେଇର ପ୍ରଶସ୍ତିକରଣ ନିର୍ମାଣ ପାଇଁ ସାଂସଦଙ୍କ ପ୍ରତିନିଧି ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏବଂ ଖୁବଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି କ୍ଷେତ୍ର ପରିଦର୍ଶନ କାଳରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ୍ ଅଧ୍ୟକ୍ଷ ମନୋରଂଜନ ଘଡେଇଙ୍କ ସମେତ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଥାନାଧିକାରୀଙ୍କ ସମେତ ବଜାର କମିଟିର ସଦସ୍ୟ, ସ୍ଥାନୀୟ ଜନ ପ୍ରତିନିଧି ଓ ବରିଷ୍ଠ ଯୁବ ଛାତ୍ର ନେତୃବୃନ୍ଦ ଉପସ୍ଥିତ ଥିଲେ । ଅନୁରୂପ ୧୧ ଘଟିକା ସମୟରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀସ୍ଥିତ ବିଧାୟକଙ୍କ ବାସଭବନରେ ବିଧାୟକଙ୍କ ପ୍ରତିନିଧି ଇଂ ସାମଲଙ୍କ ଉପସ୍ଥିତିରେ ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକ୍‌ର ନିର୍ମାଣ ଶ୍ରମିକମାନଙ୍କ ପାଇଁ ଲେବରକାର୍ଡ ମାଧ୍ୟମରେ ସମସ୍ତ ସରକାରୀ ସୁବିଧା ମିଳିପାରିବା ନେଇ ଏଏଲ୍‌ଓଙ୍କ ସହିତ ଆଲୋଚନା କରିଛନ୍ତି । ଏଥିରେ ବ୍ଲକ୍‌ସ୍ତରୀୟ ସମସ୍ତ ବରିଷ୍ଠ ନେତୃତ୍ୱ ଉପସ୍ଥିତ ଥିଲେ ।